ମୋତେ ଭୋଟ ନ ଦେଲେ ଚପଲ ମାଡ଼ ,ବିଜେପି ବିଧାୟକଙ୍କ ବିବାଦୀୟ ବୟାନ

ନୂଆଦିଲ୍ଲୀ : ବିରୋଧୀଙ୍କର ଟାର୍ଗେଟରେ କିରନ ଖେର । ବିବାଦୀୟ ବୟାନ ଦେଇ ଏବେ ହରଡଘଣାରେ ବିଜେପି ସାଂସଦ । ଭୋଟ ଦିଅ ନହେଲେ ହେବ ଚପଲ ମାଡ । ସହରର ରାମଦରବାର କଲୋନୀରେ ନିର୍ମିତ ଏକ କମ୍ୟୁନିଟି ସେଣ୍ଟରର ଉଦଘାଟନୀ ସମାରୋହରେ ସେ ଏହି ବିବୃତ୍ତି ଦେଇଛନ୍ତି । ବିବାଦୀୟ ମନ୍ତବ୍ୟ ଯୋଗୁଁ ଚଣ୍ଡିଗଡ଼ର ସାଂସଦ ତଥା ବିଜେପି ନେତ୍ରୀ କିରନ୍ ଖେର ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ।

ବିଜେପି ସାଂସଦ କହିଛନ୍ତି, ଦୀପ କମ୍ପେ୍ଲକ୍ସରେ ପାଣି ଭରିଯାଉଥିଲା, ମୁଁ ପୁରା ରାସ୍ତା ନିର୍ମାଣ କରିଛି । ବର୍ତ୍ତମାନ, ଯଦି ଦୀପ କମ୍ପେ୍ଲକ୍ସର ଜଣେ ସଦସ୍ୟ ମଧ୍ୟ ମୋତେ ଭୋଟ୍ ନ ଦିଅନ୍ତି, ତେବେ ଏହା ଅତ୍ୟନ୍ତ ଲଜ୍ଜାଜନକ ବିଷୟ । ଭୋଟ୍ ନ ଦେଉଥିବା ଲୋକଙ୍କୁ ଚପଲରେ ପିଟିବା ଦରକାର, ମୁଁ ଏତେ ଟଙ୍କା ଦେଇ ସେମାନଙ୍କ କାର୍ଯ୍ୟ କରିଛି । କିରନ୍ ଖେର ଆହୁରି କହିଛନ୍ତି, ମୁଁ ଏତେ ଟଙ୍କା ତାଙ୍କ ସଡକ ନିର୍ମାଣ କରିଛି, ମୁଁ କାମ କରିଦେବି, କିନ୍ତୁ କାମ ବଦଳରେ ମୁଁ କଣ ପାଇବି? ।

ତେବେ ଏହି ସମାରୋହରେ ସାଂସଦ କରିନ ଖେରଙ୍କ ସହ ମେୟର ଅନୁପ ଗୁପ୍ତା ଏବଂ କମିସନର ଅନିନ୍ଦିତା ମିତ୍ର ମଧ୍ୟ ଉପସ୍ଥିତ ଥିଲେ । ଅନ୍ୟପଟେ ଆମ୍ ଆଦମୀ ପାର୍ଟିର ସ୍ଥାନୀୟ କାଉନସିଲର ଏବଂ ସମାରୋହରେ ଉପସ୍ଥିତ ଥିବା ଅନ୍ୟ କେତେକ ବ୍ୟକ୍ତି କିରନ ଖେରଙ୍କ ଏହି ବିବାଦୀୟ ବିବୃତ୍ତିକୁ ବିରୋଧ କରିଥିଲେ, କିନ୍ତୁ ଖେର ସେମାନଙ୍କୁ ଆସନ୍ତାକାଲି ବିଜେପି କାର୍ଯ୍ୟାଳୟକୁ ଆସି ଆମ ଦଳରେ ଯୋଗ ଦେବାକୁ କହିଥିଲେ । କିରନ୍ ଖେରଙ୍କ ବୟାନ ପରେ ତାଙ୍କୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡିଛି । ଏହି ଘଟଣାରେ କିରନ ଖେରଙ୍କୁ ଘେରିଛନ୍ତି ଆପ ଓ କଂଗ୍ରେସର ନେତା । ତେବେ ରାଜନୀତିରେ ଯୋଗ ଦେବା ପୂର୍ବରୁ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ପଞ୍ଜାବୀ ଫିଚର ଫିଲ୍ମ ‘ଆସର ପ୍ୟାର ଦା’ ସହିତ ତାଙ୍କ ଚଳଚ୍ଚିତ୍ର କ୍ୟାରିୟର ଆରମ୍ଭ କରିଥିବା କିରନ୍ ଖେର ମଧ୍ୟ ଦେବଦାସ, ଭୀର ଜାରା ଭଳି ଅନେକ ସୁପରହିଟ୍ ବଲିଉଡ ଫିଲ୍ମରେ କାମ କରିଛନ୍ତି ।

Launching Ceremony of “AYUSHMAN BHARAT

Comments are closed.