ଭୁବନେଶ୍ୱର : ଓଡ଼ିଶା-ଝାଡ଼ଖଣ୍ଡ ଦୁଇଟି ରେଳ ଟ୍ରାକରେ ଆଇଇଡି ବିସ୍ଫୋରଣ । ୨୪ ଘଣ୍ଟା ମଧ୍ୟରେ ୩ ଥର ବିସ୍ଫୋରଣ ଘଟାଇଛନ୍ତି ମାଓବାଦୀ । ଓଡ଼ିଶା-ଝାଡ଼ଖଣ୍ଡ ସୀମାରେ ଦୁଇଟି ପୃଥକ ପୃଥକ ସ୍ଥାନରେ ଆଇଇଡି ବିସ୍ଫୋରଣ ହୋଇଛି ।
ଝାଡ଼ଖଣ୍ଡ କରମପଦା ରେଲୱେ ଷ୍ଟେସନ ନିକଟରେ କରମପଦା – କିରିବୁରୁ ରେଲୱେ ଟ୍ରାକର ୬ ନମ୍ବର ଲାଇନରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ହୋଇଛି । ସେପଟେ ଓଡ଼ିଶାର କେ.ବଲାଙ୍ଗ ଥାନା ରେଞ୍ଜଡା ରେଲୱେ ଟ୍ରାକ୍ରେ ଆଇଇଡି ବିସ୍ଫୋରଣ ହୋଇଛି । ରବିବାର ଆଇଇଡି ବିସ୍ଫୋରଣ ପରେ ବିମଲାଗଡ଼ ସେକ୍ସନ ରେଲୱେ ଲାଇନ୍ରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦଥିଲା । ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି।
ଘଟଣାସ୍ଥଳରେ ମୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍,ଡିଭିଏଫ୍, ସିଆରପିଏଫ ଯବାନ, ଆରପିଏଫ୍ ଯବାନଙ୍କ ପକ୍ଷରୁ ଅପରେସନ ଜୋରଦାର୍ କରାଯାଇଛି । ଏହି ଟ୍ରାକ୍ ଗୁଡ଼ିକରେ ରେଳ ଚଳାଚଳ ବନ୍ଦ ରହିଛି ।