ଭୁବନେଶ୍ୱର : କେନ୍ଦ୍ରକୁ ଡେପୁଟେସନରେ ଗଲେ ଆଇଏଏସ ଆଶିଷ ଠାକରେ। ସେ ଆଗାମୀ ୫ ବର୍ଷ ପାଇଁ କେନ୍ଦ୍ରୀୟ ଡେପୁଟେସନରେ ରହିବେ। ତାଙ୍କୁ କେନ୍ଦ୍ର ସରକାରଙ୍କ ସାମାଜିକ ଭିନ୍ନକ୍ଷମ ସଶକ୍ତୀକରଣ ନିର୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ସେ ବର୍ତ୍ତମାନ ରାଜସ୍ୱ ବୋର୍ଡର ସଚିବ ଭାବରେ କାର୍ଯ୍ୟ କରୁଥିଲେ । ସରକାର ବଦଳିବା ପରେ ଜଣେ ପରେ ଜଣେ ଆଇଏଏସ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯାଉଛନ୍ତି ।
ସୂଚନାନୁସାରେ, ଆଶିଷ ଠାକରେଙ୍କୁ ମିଶାଇ ଗୋଟିଏ ମାସରେ ୪ ଜଣ ଆଇଏଏସ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯାଇସାରିଲେଣି । ଏପ୍ରିଲ ମାସରେ,ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅତିରିକ୍ତ ମୁଖ୍ୟ ସଚିବ ଭାବରେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇଏଏସ୍ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା । ୧୯୯୩ ବ୍ୟାଚର ଏହି ଅଧିକାରୀ ଜୁନ୍ ୩୦ ତାରିଖରେ ବର୍ତ୍ତମାନର ସଚିବ ଉମଙ୍ଗ ନରୁଲାଙ୍କ ଅବସର ପରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟରେ ସଚିବ ଭାବରେ ଦାୟିତ୍ୱ ଗ୍ରହଣ କରିବେ। ସେହିପରି ଆଜି କୁ ୬ ଦିନ ପୂର୍ବରୁ ଓଡ଼ିଶା କ୍ୟାଡରର ଆଉ ଜଣେ ଆଇଏଏସ୍ ଅଧିକାରୀ ଆର ଭିନୀଲ କ୍ରିଷ୍ଣା କେନ୍ଦ୍ର ଡେପୁଟେସନରେ ଯାଇଛନ୍ତି । ସେ କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଅଧୀନରେ କ୍ରୀଡା ବିଭାଗର ଯୁଗ୍ମ ସଚିବ ଭାବରେ ଯୋଗଦେବେ ।

Comments are closed.