ହାଇଦ୍ରାବାଦକୁ ମିଳିଲା ‘ୱାର୍ଲଡ୍‌ ଗ୍ରିନ୍‌ ସିଟି ଆୱାର୍ଡ ୨୦୨୨’

ହାଇଦ୍ରାବାଦ୍‌: ଦକ୍ଷିଣ କୋରିଆର ଜେଜୁରେ ଆୟୋଜିତ ଉତ୍ସବରେ ହାଇଦ୍ରାବାଦକୁ ‘ୱାର୍ଲଡ୍‌ ଗ୍ରିନ୍‌ ସିଟି ଆୱାର୍ଡ ୨୦୨୨’ ପ୍ରଦାନ କରାଯାଇଛି । ‘ଆଉଟର୍‌ ରିଙ୍ଗ୍‌ ରୋଡ୍‌’କୁ ସବୁଜିମାମୟ କରିଥିବାରୁ ହାଇଦ୍ରାବାଦକୁ ‘ଲିଭିଙ୍ଗ୍‌ ଗ୍ରିନ୍‌ ଫର୍‌ ଇକୋନେମିକ୍‌ ରିକଭରି ଆଣ୍ଡ୍‌ ଇନକ୍ଲì ସିଭ୍‌ ଗ୍ରୋଥ୍‌ଦ ’ବର୍ଗର ପୁରସ୍କାର ମଧ୍ୟ ମିଳିଛି ।

ଏହି ବର୍ଗ ପାଇଁ ହାଇଦ୍ରାବାଦ ଥିମ୍‌ ଥିଲା ‘ଗ୍ରିନିଙ୍ଗ୍‌ ଅଫ୍‌ ଆଉଟର୍‌ ରିଙ୍ଗ୍‌ ରୋଡ୍‌’ । ଏଆଇପିଏଚ୍‌ (ଇଣ୍ଟର୍ନ୍ୟାସନାଲ୍‌ ଆସୋସିଏସନ୍‌ ଅଫ୍‌ ହର୍ଟିକଲ୍‌ଟର ପ୍ରଡ୍ୟୁସର୍‌) ଦ୍ୱାରା ଏହି ଆୱାର୍ଡ ପ୍ରଦାନ କରାଯାଇଛି ।

ଆଉଟର୍‌ ରିଙ୍ଗ୍‌ ରୋଡ୍‌
ଆଉଟର୍‌ ରିଙ୍ଗ୍‌ ରୋଡ୍‌

ସୂଚନା ଅନୁସାରେ, ପୁରସ୍କାର ପାଇଁ ମନୋନୀତ ହେବାରେ ହାଇଦ୍ରାବାଦ ହେଉଛି ଏକମାତ୍ର ଭାରତୀୟ ସହର । ହାଇଦ୍ରାବଦ ସମସ୍ତ ୬ଟି ବର୍ଗରେ ସର୍ବୋତ୍ତମ ହୋଇ ସାମଗ୍ରିକ ‘ୱାର୍ଲଡ୍‌ ଗ୍ରିନ୍‌ ସିଟି ୨୦୨୨’ ପୁରସ୍କାର ପାଇଛି ।

ଆଉଟର୍‌ ରିଙ୍ଗ୍‌ ରୋଡ୍‌
ସହର ସମ୍ମାନଜନକ ଏଆଇପିଏଚ୍‌ ପୁରସ୍କାର ପାଇଥିବାରୁ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଏନେଇ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ଏହି ସବୁ ଆନ୍ତର୍ଜାତିକ ପୁରସ୍କାର ତେଲେଙ୍ଗାନା ଓ ଭାରତର ଖ୍ୟାତିକୁ ଆହୁରି ଗୌରବାନ୍ୱିତ କରିଛି ।
ସେ ଆହୁରୀ କହିଛନ୍ତି, ଆନନ୍ଦର ବିଷୟ ଏ ସବୁ ଆନ୍ତର୍ଜାତିକ ପୁରସ୍କାର ପାଇଁ ମନୋନିତ ହେବାରେ ହାଇଦ୍ରାବାଦ ହେଉଛି ଏକମାତ୍ର ଭାରତୀୟ ସହର ।

Govt

Comments are closed.