ଆଜିଠାରୁ ରିମାଣ୍ଡରେ ଯିବ ୫ ସ୍ତ୍ରୀଙ୍କ ସ୍ୱାମୀ

ଭୁବନେଶ୍ୱର : ଖୋଲୁଛି ସ୍ୱାମୀ-୪୨୦ ସତ୍ୟଜିତଙ୍କ ପ୍ରେମ ପେଡି । ୫ ସ୍ତ୍ରୀଙ୍କ ରଂଗୀଲା ସ୍ୱାମୀ ସତ୍ୟଜିତ ସାମଲ ଏବେ ଜେଲରେ ଦିନ କାଟୁଛି । ମିଥ୍ୟା ପରିଚୟ ଦେଇ ବିବାହ ଏଗ୍ରିମେଣ୍ଟ କରି ଲକ୍ଷ ଲକ୍ଷ ଟଙ୍କା, ଗାଡି ଆଦି ଠକି ବିଦେଶରେ ବିଳାସମୟ ଜୀବନ ବିତାଉଥିଲା ସତ୍ୟଜିତ । ଆଜିଠାରୁ ସତ୍ୟଜିତକୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ । ଅଧିକ ପଚରାଉଚରା ପରେ ଖୋଲିବ ପ୍ରେମିକ କେଳେଙ୍କାରୀର ଗୁମର ଖୋଲିବ । ନିଜକୁ ଆଇବି ଇନ୍ସପେକ୍ଟର ବୋଲି ପରିଚୟ ଦେଉଥିଲା ସତ୍ୟଜିତ। ଫୋନ କରି ଯୁବତୀ ଓ ମହିଳାଙ୍କୁ ପ୍ରେମ ନିବେଦନ କରୁଥିଲା। କିଛି ମହିଳାଙ୍କୁ ବିବାହ ମଧ୍ୟ କରିଥିଲା। ଲାଇନରେ ଥିଲେ ଆହୁରି ୪୯ ମହିଳା ।

ଗତ ୩ ତାରିଖ ଶନିବାର ଦିନ ସତ୍ୟଜିତ ଧରାପଡ଼ିବା ପରେ ଠକ ସାମ୍ରାଜ୍ୟର କାହାଣୀ ପଦାକୁ ଆସିଥିଲା । ରସିକ ଠକ ସତ୍ୟଜିତ କିଭଳି ମହିଳାମାନଙ୍କୁ ମୋହରା ବନାଇ ଠକୁଥିଲେ, ଠକେଇ ଟଙ୍କାରେ ଦୁବାଇ ଯାଇ ଅୟସ ଜୀବନ ବିତାଉଥିଲେ, ତାହାର ବିଭିନ୍ନ ଦିଗକୁ ନେଇ ଅଧିକ ଖୋଳତାଡ କରାଯାଉଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଜଣେ ମହିଳା ପୁଲିସଙ୍କ ସହ କଥା ହେଉ ହେଉ ପୁରା ମାମଲାର ଖିଅ ଧରାପଡ଼ିଥିଲା। ଏବେ ପୂରା ଘଟଣା ସାମ୍ନାକୁ ଆସିଛି । ସତ୍ୟଜିତ ନିଜକୁ ଗୁଇନ୍ଦା ଇନ୍ସପେକ୍ଟର କହି ମହିଳାଙ୍କୁ ଠକୁଥିଲେ। ବିଧବା ମହିଳା ଓ ଡିଭୋର୍ସିଙ୍କୁ ଟାର୍ଗେଟ କରି ଟଙ୍କା ଠକେଇ କରୁଥିଲେ। ମହିଳାଙ୍କୁ ଫସାଇ ବାହା ହେବା ପରେ ତାଙ୍କ ନାଁରେ ଲୋନ ନେଇ ମଉଜ କରୁଥିଲେ। ଆଉ ଧରାପଡ଼ିବା ପୂର୍ବରୁ ବିଦେଶ ଖସି ଯାଉଥିଲା । ଏବେ ରିମାଣ୍ଡରେ ଯିବା ପରେ ରଙ୍ଗିଲା ସତ୍ୟଜିତର ସବୁ ଗୁମର ଖୋଲିବ ।

ଇତିମଧ୍ୟରେ କୋରାପୁଟରେ ଏକ ଟ୍ରାଭେଲ୍ସରେ ଲାଗିଥିବା ସତ୍ୟଜିତଙ୍କ ୨ଟି କାର୍‌ ସହ ଡିଜିଟାଲ ଏଭିଡେନ୍ସ ଭାବେ ତାଙ୍କ ମୋବାଇଲକୁ ଜବତ କରାଯାଇଛି। ଏହାସହ ସତ୍ୟଜିତଙ୍କ ଆକାଉଣ୍ଟ ଟ୍ରାଞ୍ଜାକ୍ସନ ନେଇ ମଧ୍ୟ ତଦନ୍ତ ଜାରି ରହିଛି। ସେହିପରି କିଛି ଲ୍ୟାଣ୍ଡ ପ୍ରପର୍ଟି ରହିଛି ନା ନାହିଁ ତାହାର ମଧ୍ୟ ଖୋଳତାଡ଼ ଚାଲିଛି। ସେ ଯେତେଜଣ ମହିଳାଙ୍କୁ ଠକିଛନ୍ତି, ସମସ୍ତଙ୍କୁ ନ୍ୟାୟ ଦେବାକୁ ଚାହୁଁଛୁ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଡିସିପି ପ୍ରତୀକ ସିଂ।

Comments are closed.