ଭୁବନେଶ୍ବର: କଳହର ଭୟଙ୍କର ପରିଣତି । ଛୁରୀରେ ନିଜ ବେକ କାଟି ଗୁରୁତର ହେଲେ ସ୍ୱାମୀ । ସ୍ତ୍ରୀ ସହିତ ଝଗଡା କରି ସ୍ୱାମୀ ଏଇଭଳି ଜଘନ୍ୟ କାଣ୍ଡ ଭିଆଇଥିବା ସୂଚନା ମିଳିଛି । ବ୍ରହ୍ମପୁର ବଡ଼ବଜାର ଥାନା ଖାରବେଳ ନଗରରେ ଘଟିଛି ଏହି ଘଟଣା । ଆହତ ଯୁବକ ହେଲେ ଅଶୋକ କୁମାର ପାଣିଗ୍ରାହୀ । ଆହତ ହେବା ପରେ ନିଜେ ଗାଡି ଚଢି ଏମକେସିଜି ମେଡିକାଲରେ ପହଞ୍ଚିଥିଲେ ଅଶୋକ । ଗୁରୁତର ଅବସ୍ଥାରେ ତାଙ୍କର ଚିକିତ୍ସା ଜାରି ରହିଛି। ଘଟଣାର ଖବର ପାଇ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣାର ସଠିକ କାରଣ ଜଣାପଡିନାହିଁ ।

Comments are closed.