ସ୍ତ୍ରୀ କୁ ହତ୍ୟା କରି ସ୍ୱାମୀ ର ଆତ୍ମହତ୍ୟା

ଗଜପତି : ପାରିବାରିକ କଳହରୁ ଚରମ ନିଷ୍ପତି । ଘର ଭିତରେ ସ୍ତ୍ରୀ କୁ ହତ୍ୟା କରିବା ପରେ,ଜଙ୍ଗଲରେ ସ୍ୱାମୀର ଆତ୍ମହତ୍ୟା । ତେବେ ଆତ୍ମହତ୍ୟା ପୂର୍ବରୁ ଭିଡ଼ିଓରେ ସମ୍ପୂର୍ଣ୍ଣ କାହାଣୀ କହିଛନ୍ତି ସ୍ବାମୀ । ଏବେ ଭାଇରାଲ ହେବାରେ ଲାଗିଛି ଭିଡିଓ । ଏପରି ଏକ ସମ୍ବେଦନଶୀଳ ଘଟଣା ଘଟିଛି ଗଜପତି ଜିଲ୍ଲା ସେରଙ୍ଗ ଥାନା ଗାଇବା ଗାଁରେ। ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି ପୋଲିସ । ଉଭୟ ମୃତକ ସ୍ୱାମୀ ସ୍ତ୍ରୀ ହେଲେ ନରେନ୍ଦ୍ର ପାଇକ ଏବଂ ଜି. ମାଲେସୁଙ୍କ ଝିଅ ମୋନିକା ପାଇକ । ମୋନିକା ନୂଆଗଡ ବ୍ଲକ କେରେଡାଙ୍ଗ ଗାଁର ନରେନ୍ଦ୍ରଙ୍କୁ ପ୍ରେମ ବିବାହ କରିଥଲେ । ପରକୀୟା ପ୍ରୀତିକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

ଘଟନାନୁସାରେ,ଗତକାଲି କୌଣସି କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହେବା ପରେ ନରେନ୍ଦ୍ର ଘର ଭିତରେ ସ୍ତ୍ରୀ ମୋନିକା ମୁଣ୍ଡକୁ ଏକ ଶିଳପୁଆରେ ଛେଚିବା ସହ ଛାତିରେ ଛୁରି ଭୁସି ନିର୍ମମ ଭାବରେ ହତ୍ୟା କରି ଫେରାର ହୋଇଯାଇଥିଲା । ଏନେଇ ସେରଙ୍ଗ ଥାନା ପୋଲିସକୁ ଖବର ଦିଆଯାଇଥିଲା । ଘଟଣାସ୍ଥଳରେ ସେରଙ୍ଗ ପୋଲିସ ଓ ସାଇଣ୍ଟିଫିକ ଟିମ୍‌ ପହଞ୍ଚି ତଦନ୍ତ ଜାରି କରିଥିଲା । ମୃତଦେହ ବ୍ୟବଚ୍ଛେଦ ପାଇଁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ଆଜି ମୋନିକା ର ପରିବାର ଲୋକ ମୃତଦେହକୁ ସଂସ୍କାର ପାଇଁ କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ଏକ ଗଛରେ ରଶି ଦେଇ ନରେନ୍ଦ୍ର ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରି ତଦନ୍ତ ଚଳାଇଛି ଗଜପତି ପୋଲିସ ।

Govt

Comments are closed.