ଭଦ୍ରକ : ସ୍ତ୍ରୀକୁ ହତ୍ୟା କରି ଫେରାର ଥିଲା ସ୍ୱାମୀ l ୧୦ ବର୍ଷ ପରେ ଗିରଫ ହେଲା ସ୍ୱାମୀ l ଏଭଳି ଘଟଣା ଘଟିଛି ଭଦ୍ରକ ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ଗ୍ରାମର l
ସୂଚନାନୁସାରେ , ସ୍ତ୍ରୀକୁ ହତ୍ୟା କରିଥିବା ମାମଲାରେ ୧୦ ବର୍ଷ ପରେ ଗିରଫ ହେଲା ସ୍ଵାମୀ । ଭଦ୍ରକ ଧାମନଗର ଥାନା ଅନ୍ତର୍ଗତ ମୁସ୍ତାଫାପୁର ଗ୍ରାମର ସେକ୍ ଚାନ୍ଦ ବାବୁ ନିଜ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ପୁଲିସ ଦୀର୍ଘ ୧୦ ବର୍ଷ ପରେ ଗିରଫ କରି କୋର୍ଟ ଚାଲାଣ କରିଛି । ସେକ୍ ଚାନ୍ଦ ବାବୁ ଧାମନଗର କାଜି ମହଲା ଗ୍ରାମର ମୀରାପ୍ୟାରୀଙ୍କ ଏକ ମାତ୍ର ଝିଅକୁ ଚାନ୍ଦମୁନୀଙ୍କୁ ବିବାହ କରିଥିଲେ । ତେବେ ବିବାହର କିଛି ଦିନ ପରେ ସେକ୍ ଚାନ୍ଦ ବାବୁ ନିଜ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେଇ ହତ୍ୟା କରିଥିଲେ । ଏନେଇ ମୃତ ଚାନ୍ଦମୁନିଙ୍କ ବାପା ୨୯ ୧୨ ୨୦୧୩ ତାରିଖରେ ଧାମନଗର ଥାନାରେ ଅଭିଯୋଗ କରିଥିଲେ । ସେତେବେଳେ ଧାମନଗର ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଥିଲା । ଦୀର୍ଘ ୧୦ ବର୍ଷ ପରେ ଗିରଫକରି ଥିବା ଅଭିଯୁକ୍ତ ସେକ୍ ଚାନ୍ଦ ବାବୁକୁ କୋର୍ଟ ଚାଲାଣ କରିଛି ଧାମନଗର ଗିରଫ ପୋଲିସ ଗିରଫ ବୋଲି ସୂଚନା ଦେଇଛି ।

Comments are closed.