ମରିଗଲା ମାନବିକତା,୪ ବର୍ଷ ଶିଶୁକୁ ପିଟି ପିଟି ହତ୍ୟା

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାରେ ଘଟି ଯାଇଛି ଏକ ଅମାନବୀୟ ଘଟଣା । ଗତକାଲି ସନ୍ଧ୍ୟାରେ ଧରାକୋଟ ମୁଣ୍ଡମରାଇ ଗାଁ ହାଟସାହିରେ ୪ ବର୍ଷର ଶିଶୁପୁତ୍ରକୁ ଅତି ନିର୍ମମ ଭାବରେ କରାଯାଇଛି ହତ୍ୟା । ଟ୍ୟୁସନ ଯିବା ପାଇଁ ପିଲାଟିକୁ ଖୋଜା ସେ ଘରେ ନଥିବା ଜଣା ପଡିଥିଲା I ଏହାପରେ ପାଖ ପଡୋଶୀ ଘର ଛାତ ଉପରେ ପିଲାଟିର ମୃତ ଦେହ ଠାବ କରାଯାଇଥିଲା I ପିଲାଟି ମୁଣ୍ଡରେ ଗଭୀର କ୍ଷତ ଚିହ୍ନ ଥିବାର ଦେଖା ଯାଇଥିଲା I ସେଠାରେ ପଡିଥିବା କାଠ ଫାଳିଆରେ ଉକ୍ତ ଶିଶୁପୁତ୍ରକୁ ପିଟି ହତ୍ୟା କରାଯାଇଥିବା ସୂଚନା ମିଳିଥିଲା । ପରିବାର ଲୋକେ ତୁରନ୍ତ ଶିଶୁଟିକୁ ଧରା କୋଟ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପଡୋଶୀ ଯୁବକ ତଥା ହତ୍ୟାକାରୀ ଶ୍ରୀକାନ୍ତ ସେଠୀ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ମୃତ ଶିଶୁଟି ଗ୍ରାମରେ ପାନ ଦୋକାନ କରିଥିବା ଗୋବିନ୍ଦ ପାତ୍ରଙ୍କ ପୁଅ ନି‌ତେଶ ପାତ୍ର।। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। କେଉଁ କାରଣରୁ ୪ ବର୍ଷର ବାଳକକୁ ହତ୍ୟା କରାଯାଇଛି ସେ ନେଇ ତଦନ୍ତ ଚାଲିଛି। ଏହି ଘଟଣା ପ୍ରଘଟ ହେବା କ୍ଷଣି ସମ୍ପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ପରିବାର ଲୋକଙ୍କ ସହ ସାହିରେ କାହାର ଶତ୍ରୁତା ନଥିବା ବେଳେ କାହିଁକି ଶିଶୁଟିକୁ କିଏ ହତ୍ୟା କରିଛି, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ ବୋଲି ଥାନା ଅଧିକାରୀ ମମତା ସାମନ୍ତରାୟ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.