ବରଗଡ : ପଶ୍ଚିମ ଓଡ଼ିଶାରେ କଫ ସିରଫ ଚାଲଣ ବଢ଼ୁଥିବା ନଜର ଆସୁଛି । କିଛି ଦିନ ତଳେ ପାଟଣାଗଡ଼ର ଅବକାରୀ ବିଭାଗ ୪୨ଟି କଫ ସିରଫ ଜବତ କରିଥିଲା ବେଳେ ଆଜି ବରଗଡ଼ ଅବକାରୀ ବିଭାଗ ଜଣେ କଫ ସିରଫ ମାଫିଆକୁ ଧରିଛି ।
ସୂଚନା ଅନୁସାରେ, ବରଗଡ଼ ମୋବାଇଲ ଟିମ ଏବଂ ଭଟଲି ଅବକାରୀ ବିଭାଗ ଭଟଲି ଥାନା ବଡ଼ମାଲ ଗ୍ରାମରେ ମିଳିତ ଭାବରେ ଚଢ଼ାଉ କରି ବିପୁଳ ପରିମାଣର ବେଆଇନ କଫ ସିରଫ ଜବତ କରିବା ସହ ଜଣେ ବ୍ୟକ୍ତିକୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ସୂର୍ଯ୍ୟକାନ୍ତ ସାହୁ ବୋଲି ସୂଚନା ମିଳିଥିବା ବେଳେ ଅବକାରୀ ବିଭାଗ ତା’ ଠାରୁ ୧,୩୯୦ ବୋତଲ କଫ ସିରଫ ଜବତ କରିଛି । ଏନେଇ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଗିରଫ ସୂର୍ଯ୍ୟକାନ୍ତଙ୍କୁ କୋର୍ଟ ଚାଲାଣ କରିଛିି ।
ଜିଲ୍ଳା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବରଗଡ଼ ମୋବାଇଲ ଟିମ ଇନସପେକଫର ରଶ୍ମିତା ଲାକ୍ରା ଏବଂ ଭଟଲି ଅବକାରୀ ଥାନା ଓଆଇସି ଉଷାବତୀ ଗୌଡଙ୍କ ନେତୃତ୍ୱରେ ଏଏସ୍ଆଇ ନନ୍ଦିକିଶୋର ପ୍ରଧାନ , କନେଷ୍ଟବଳ ବିନୋଦ ତିର୍କି , ଉଦ୍ଧବ ପ୍ରଧାନ ଓ ପିଙ୍କି ପ୍ରଧାନ ଏହି ଚଢ଼ାଉରେ ସାମିଲ ଥିଲେ ।
Comments are closed.