ନୂଆଦିଲ୍ଲୀ: ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ୬୨ଟି ଆସନଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି । ହିମାଚଳ ପ୍ରଦେଶରେ ମୋଟ ୬୮ ଆସନରୁ ପ୍ରାୟ ସର୍ବାଧିକ ତଥା ୬୨ଟି ଆସନ ଲାଗି ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ନାଁ ରହିଛି । ଜୟରାମ ଠାକୁର ନିଜ ବିଧାନସଭା ମଣ୍ଡଳୀ ସେରାଜରୁ ଲଢ଼ିବେ ।
ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଖ ରାମଙ୍କ ପୁଅ ଅନିଲ ଶର୍ମା ମଣ୍ଡି ଆନରୁ ପ୍ରତିଦ୍ୱନ୍ଦିତା କରିବେ । ଏହି ତାଲିକାରେ ୫ ଜଣ ମହିଳାଙ୍କ ନାମ ରହିଛି । ସୋମବାର ବିଜେପିର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅନ୍ୟ ବରିଷ୍ଠ ନେତା ମାନେ ଉପସ୍ଥିତ ଥିଲେ । ବୈଠକରେ ବହୁ ବିଚାର ବିମର୍ଷ ପରେ ପ୍ରାର୍ଥୀ ତାଲିକା ଉପରେ ମୋହର ବାଜିଥିଲା । କିଛି ଦିନ ପୂର୍ବରୁ ନିର୍ବାଚନ କମିସନ (ଇସି) ହିମାଚଳପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଆସନ୍ତା ନଭେମ୍ବର ୧୨ ତାରିଖରେ ହିମାଚଳ ପ୍ରଦେଶ ବିଧାନସଭାର ୬୮ ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ହେବ ।
ଡିସେମ୍ବର ୮ରେ ଭୋଟ୍ ଗଣତି ହେବ । ଚଳିତ ଥର ହିମାଚଳ ବିଧାନସଭା ନିର୍ବାଚନ ପାଇଁ ୫୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ । ୧.୮୬ ଲକ୍ଷ ପ୍ରଥମ ଥର ପାଇଁ ଭୋଟ୍ ଦେବେ । ରାଜ୍ୟରେ ୮୦ ବର୍ଷରୁ ଊର୍ଦ୍ଧ୍ୱ ୧.୨୨ ଲକ୍ଷ ଭୋଟର ଅଛନ୍ତି ଏବଂ ୧୦୦ ବର୍ଷରୁ ଊର୍ଦ୍ଧ୍ୱ ୧୧୦୦ ଭୋଟର ଅଛନ୍ତି । ୮୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଏବଂ କରୋନା ଆକ୍ରାନ୍ତଙ୍କ ପାଇଁ ଘରେ ହିଁ ଭୋଟଦାନର ବ୍ୟବସ୍ଥା ହେବ । ନିର୍ବାଚନ କମିସନଙ୍କ ସେ୍ୱ୍ୱଚ୍ଛାସେବୀମାନେ ବ୍ୟକ୍ତିଗତ ଭାବେ ଏଭଳି ଭୋଟରଙ୍କ ଘରକୁ ଯାଇ ବ୍ୟାଲଟ୍ ସଂଗ୍ରହ କରିବେ ଏବଂ ଏହି ବ୍ୟବସ୍ଥାର ଭିଡିଓଗ୍ରାଫି ହେବ । ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ଅକେଫାବର ୨୫ ଏବଂ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ଅକେଫାବର ୨୯ ରହିଛି ।

Comments are closed.