ସବୁବେଳେ କାର୍ଯ୍ୟାଳୟରେ ସତେଜ ଅନୁଭୂତି ହେବ ସେଭଳି କିଛି ନଥାଏ । ବେଳେବେଳେ ଅଫିସ୍ରେ ଥMା ଲାଗିବା ସହ ନିଦ ମଧ୍ୟ ଆସିଥାଏ । ତେବେ ଏହା ଆପଣଙ୍କର କାମ ଉପରେ ପ୍ରଭାବ ପକାଇଥାଏ । ବେଳେବେଳେ ଏଥିପାଇଁ ଅପ୍ରିତିକର ପରିସ୍ଥିତିର ସାମନା ମଧ୍ୟ କରିବାକୁ ପଡିଥାଏ । ତେଣୁ ଏଭଳି କିଛି ଛୋଟଛୋଟ ଟ୍ରିକ୍ ଅଛି ଯାହାକୁ ଆପଣାଇ ଅଫିସ୍ରେ ସତେଜ ରହିବା ସହ ନିଦକୁ ମଧ୍ୟ ନିୟନ୍ତ୍ରଣ କରିପାରିବେ । ତେବେ ଏହା ଯଦି ନିତିଦିନିଆ ଘଟଣାରେ ପରିଣତ ହେଉଛି ତେବେ ଡାକ୍ତରଙ୍କ ପରାମର୍ଶ ମଧ୍ୟ ନେଇପାରିବେ ।
କିଛି ସମୟ ପାଇଁ ନିଅନ୍ତୁ ବିଶ୍ରାମ –

ଗୋଟିଏ ସ୍ଥାନରେ ଅଧିକ ସମୟ ବସିବା ଫଳରେ ଶରୀରରେ ଥMାପଣ ଆସିବା ଏକ ସାଧାରଣ କଥା । ତେଣୁ ଅଧିକ ସମୟ ଗୋଟିଏ ସ୍ଥାନରେ ନବସି ମଝିରେ ମଝିରେ ଯାଗାରୁ ଉଠିବା ସହିତ କିଛି ସମୟ ବୁଲିଆସନ୍ତୁ । ଏପରି କରିବା ଫଳରେ ଶରୀରରେ ରକ୍ତ ପ୍ରବାହରେ ପରିବର୍ତ୍ତନ ଆସିଥାଏ, ଯାହା ଶରୀରକୁ ଫୂର୍ତ୍ତି କରିଥାଏ ।
ସ୍ଥାନକୁ କରନ୍ତୁ ଆଲୋକିତ –

ଯେଉଁସ୍ଥାନରେ କାମ କରୁଛନ୍ତି, ସେହି ସ୍ଥାନକୁ ଆଲୋକିତ ରଖନ୍ତୁ । ସେହି ସ୍ଥାନରେ ଆଲୋକ ସହ ସତେଜ ବାୟୁ କିଭଳି ଚଳାଚଳ କରିବା ସେ ନେଇ ଧ୍ୟାନ ଦିଅନ୍ତୁ । ଏହାଫଳରେ ଆପଣ ଅଧିକ ସତେଜ ଅନୂଭବ କରିବା ସହିତ ଆପଣଙ୍କୁ ନିଦ ମଧ୍ୟ ଆସିବ ନାହିଁ ।
ଖାଆନ୍ତୁ ମନପସନ୍ଦର ସ୍ନାକ୍ –

ସେହିଭଳି ଯଦି ଆପଣଙ୍କ କାର୍ଯ୍ୟାଳୟରେ ସୁବିଧା ରହିଛି, ତେବେ କାମ କରିବା ସମୟରେ କିଛି ଚକୋଲେଟ୍ ହେଉ କିମ୍ବା ଚିପସ୍ କି କିଛି ଖାଇବା ଖାଇପାରିବେ । ଏହା ଆପଣଙ୍କ ମୁଣ୍ଡକୁ ଆକcିଭ ରଖିବା ସହିତ କାମରେ ମନଲାଗିବାରେ ସାହାଯ୍ୟ କରିବ । ଯଦି କାର୍ଯ୍ୟାଳୟରେ ଖାଇବାର ଅନୁମତି ଅଛି ତେବେ ଏହି ଉପାୟ ଆପଣାଇ ପାରିବେ । ସେହିଭଳି ଯଦି ଅଫିସ୍ରେ ଲଞ୍ଚ କରୁଛନ୍ତି ତେବେ ଅଧିକ ଖାଆନ୍ତୁ ନାହିଁ । ଏହା ନିଦ ଲାଗିବାର ଅନ୍ୟ ଏକ କାରଣ ସାଜିପାରେ । ସେହଭଳି ଆପଣ ମଝିରେ ମଝିରେ କଫି କିମ୍ବା ଚାଦର ସାହାଯ୍ୟ ନେଇପାରିବେ ।

Comments are closed.