କେରଳୀ ଚିଲି ଚିକେନ

ସାମଗ୍ରୀ – ୫୦୦ଗ୍ରାମ ବୋନ୍‌ଲେସ୍‌ ଚିକେନ୍‌, ୨ ଚାମଚ ଚିଲି ଫ୍ଲେକସ୍‌, ଏକ ଚାମଚ କଟା ଅଦା, ୨ଚାମଚ ରସୁଣ, ଅଳ୍ପ ଭୃସଙ୍ଗପତ୍ର, ୨ଚାମଚ ଭିନେଗାର, ଗୋଟିଏ ବଡ କଟା ପିଆଜ, ଅଧା କପ ଟମାଟ ରସ, ଅଧା କପ ନଡିଆ ତେଲ, ଅଧା ଚାମଚ ମରିଚ, ୨ଟି ଗୁଜୁରାତି, ଏକ ଚାମଚ ପାନମଧୁରୀ, ଅଳ୍ପ ପରିମାଣ ନଡିଆ କଟା ହୋଇଥିବା, ୪ଟି କଞ୍ଚା ଲଙ୍କା ।

ପ୍ରଣାଳୀ – ଚିକେକନକୁ ସଫା କରିନିଅନ୍ତୁ । ପ୍ରଥମେ ସମସ୍ତ ଗୋଟା ମସଲାକୁ ଅଳ୍ପ ଭାଜି ଗୁଣ୍ଡ କରିନିଅନ୍ତୁ । ଏହାପରେ ଚିକେନ୍‌ରେ ସେହି ଗୁଣ୍ଡ ମସଲା, ଚିଲି ଫ୍ଲେକସ୍‌, ଅଦା ରସୁଣ ପେଷ୍ଟ, ଭୂସଙ୍ଗପତ୍ର, ଭିନେଗାର ଓ ଲୁଣ ପକାଇ ଗୋଳାନ୍ତୁ । ଗୋଟିଏ ପ୍ୟାନରେ ନଡିଆକୁ ତେଲରେ ଭାଜି ନିଅନ୍ତୁ । ଏହାପରେ ସେହି ପ୍ୟାନ୍‌ରେ କଟା ପିଆଜ, କଞ୍ଚା ଲଙ୍କା ପକାଇ ଭାଜନ୍ତୁ । ଅଳ୍ପ ଭାଜି ହେବା ପରେ ଏଥିରେ ଭୃସଙ୍ଗ ପତ୍ର ପକାଇ ଭାଜନ୍ତୁ । ପରେ ଏଥିରେ ଚିକେନ୍‌ ପକାଇ ୫ରୁ ୧୦ ମିନିଟ୍‌ ଯାଏଁ ଭାଜନ୍ତୁ । ଏହାକୁ ଘୋଡାଇ ସିଝିବା ଯାଏଁ ରାନ୍ଧନ୍ତୁ । ପରେ ଟମାଟ ରସ ପକାଇ ରାନ୍ଧନ୍ତୁ । ଯେତେବେଳେ ଟମାଟ ରସ ମରିବା ଆରମ୍ଭ କରିବ ସେତେବେଳେ ଏଥିରେ ଭଜା ନଡିଆ ପକାନ୍ତୁ । ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା କେରଳୀ ଚିଲି ଚିକେନ୍‌ ।

Launching Ceremony of “AYUSHMAN BHARAT

Comments are closed.