ପିଜୁଳୀ ସେକ୍‌

ବହୁ ଲୋକଙ୍କୁ ପିଜୁଳୀ ଖାଇବାକୁ ଭଲ ଲାଗିଥାଏ । କିନ୍ତୁ ଏହାର ମଞ୍ଜି ପାଇଁ ବହୁ ଲୋକ ପିଜୁଳୀ ଖାଇପାରନ୍ତି ନାହିଁ । ବିଶେଷ କରି ବୃଦ୍ଧାମାନେ ପିଜୁଳୀର ମଞ୍ଜି ସକାଶେ ମନ ମାରି ଏହାକୁ ଖାଇପାରନ୍ତି ନାହିଁ । ତେବେ ସେମାନଙ୍କୁ ଥରେ ପିଜୁଳୀ ସେକ୍‌ କରି ଦିଅନ୍ତୁ । ଏହା ଶରୀର ପାଇଁ ଏକ ସ୍ୱାସ୍ଥ୍ୟକର ପାନୀୟ ।
ସାମଗ୍ରୀ
୨କପ୍‌ ପିଜୁଳୀ ଖଣ୍ଡ, ୨କପ କ୍ଷୀର, ୨ଚାମଚ ମହୁ, ଅଳ୍ପ ପରିମାଣ ରୋଜ୍‌ ଏସେନ୍ସ, ୪ରୁ୫ ଟି ବରଫ ଖଣ୍ଡ
ପ୍ରଣାଳୀ – ପ୍ରଥମେ ପିଜୁଳୀ, କ୍ଷୀର, ଓ ରୋଜ୍‌ ଏସେନ୍ସକୁ ପକାଇ ଗ୍ରାଇଣ୍ଡ କରିନିଅନ୍ତୁ । ଏହାପରେ ଏଥିରେ ମହୁ ଓ ପରେ ଆଇସ୍‌ କୁ୍ୟବ୍‌ ପକାଇ ଆଉ ଥରେ ଗ୍ରାଇଣ୍ଡିଂ କରନ୍ତୁ । ଏହାକୁ ଏକ ଗ୍ଲାସରେ ବାହାର କରି ଉପରେ ସଜାଇବା ପାଇଁ ନିଜ ପସନ୍ଦ ଅନୁସାରେ ଡ୍ରାଏ ଫ୍ରୁଟସ୍‌, ଚେରି ଆଦି ବ୍ୟବହାର କରିପାରିବେ ।

Comments are closed.