କିପରି କାଟିପାରିବେ ୱିକେଣ୍ଡ୍‌

ପୁରା ସପ୍ତାହ ଅତ୍ୟନ୍ତ କାର୍ଯ୍ୟବ୍ୟସ୍ତ ରହିବା ପରେ ସମସ୍ତେ ରବିବାର ତଥା ଛୁଟି ଦିନକୁ ଅତି ଉତ୍ସାହର ସହ ଅପେକ୍ଷା କରିଥାନ୍ତି । କି;ୁ ସେଦିନରେ ଅତ୍ୟଧିକ କାର୍ଯ୍ୟ ହେତୁ ଲୋକମାନେ ଟେନସନ୍‌ ଅନୁଭବ କରନ୍ତି, ଫଳରେ ସେମାନେ ସପ୍ତାହାନ୍ତକୁ ଭଲ ଭାବରେ ଉପଭୋଗ କରିବାକୁ ଅସମର୍ଥ ହୁଅନ୍ତି । ଏଭଳି ପରିସ୍ଥିତିରେ, ୱିକେଣ୍ଡକୁ ଭଲ ଭାବରେ ଅତିବାହିତ କରିବା ପାଇଁ କିଛି ଟିପ୍‌ସ ଆପଣାନ୍ତୁ ।

-ଲୋକମାନେ ପ୍ରାୟତଃ ୱିକେଣ୍ଡରେ ବିଳମ୍ବରେ ଶୋଇଥାନ୍ତି ଏବଂ ବିଳମ୍ବରେ ମଧ୍ୟ ଉଠନ୍ତି । ଏହି କାରଣରୁ ସମୟ ବହୁତ କମ୍‌ ମିଳେ, ଅଧା ଦିନ ବିତିଯାଇଥିବା ସେମାନେ ଜାଣନ୍ତି ନାହିଁ । ତେଣୁ ଠିକ୍‌ ସମୟରେ ଉଠିବା ଆବଶ୍ୟକ ।

କିପରି କାଟିପାରିବେ ୱିକେଣ୍ଡ୍‌

-ସପ୍ତାହସାରା ଆମେ ୱିକେଣ୍ଡ ପାଇଁ କିଛି କାମ ଛାଡ଼ିଥାଉ, କି;ୁ ସେହି କାମ ଯୋଗୁଁ ନିଜ ପାଇଁ ସମୟ ବାହାର କରିବାକୁ ସକ୍ଷମ ହୋଇପାରନ୍ତି ନାହିଁ । ଏପରି ପରିସ୍ଥିତିରେ ନିଜକୁ ଖୁସି ଲାଗିଲା ଭଳି କାମ କରନ୍ତୁ ।

-ନିଜ ସଉକ ପାଇଁ କିଛି ସମୟ ଦେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ଯଦି ନୃତ୍ୟ କିମ୍ବା ଚିତ୍ର ଆଙ୍କିବାକୁ ପସନ୍ଦ କରନ୍ତି, ତେବେ ଛୁଟିଦିନରେ ସେସବୁ ପାଇଁ ସମୟ ବାହାରକରନ୍ତୁ । ଏହାଦ୍ୱାରା ଆପଣଙ୍କ ସୃଜନଶୀଳତା ମଧ୍ୟ ବୃଦ୍ଧି ପାଇବ ।

କିପରି କାଟିପାରିବେ ୱିକେଣ୍ଡ୍‌

-ସବୁଠୁ ବଡ଼ କଥା, ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ଉଚିତ୍‌ । ତେଣୁ ୱିକେଣ୍ଡରେ ଯୋଗାଭ୍ୟାସ ଏବଂ ମେଡିଟେସନକୁ ସାମିଲ କରନ୍ତୁ । ଯାହାଦ୍ୱାରା ଆପଣ ସୁସ୍ଥ ଅନୁଭବ କରିବେ ।

Launching Ceremony of “AYUSHMAN BHARAT

Comments are closed.