ଇଞ୍ଜିନିୟରିଂ କଲେଜରେ ଭୟାବହ ଅଗ୍ନିକାଣ୍ଡ,ଏକାଧିକ ଆହତ

ଭୁବନେଶ୍ୱର : ଜଗମରା ସ୍ଥିତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ଅଗ୍ନିକାଣ୍ଡ ଘଟିଛି । ଏଥିରେ କିଛି ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣ। ପଡି ନାହିଁ । ଘଟଣାସ୍ଥଳରେ ଆମ୍ବୁଲାନ୍ସ ସହିତ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

ଶେଷ ସୂଚନା ଅନୁସାରେ ଏସି କମ୍ପ୍ରେସର ଫଟିବାରୁ ଏହି ଅଘଟଣ ଘଟିଥିବା ଜଣାପଡିଛି । କଲେଜରେ ଡେଭଲପମେଣ୍ଟ ଟ୍ରେନିଂ ଚାଲିଥିବାବେଳେ ୧୦୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ ଏମାନଙ୍କ ମଧ୍ୟରୁ କିଛିଜଣ ଆହତ ହୋଇଛନ୍ତି । ଉପଯୁକ୍ତ ଚିକିତ୍ସା ପାଇଁ ସମସ୍ତଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତି କରାଯାଇଛି ।

Govt

Comments are closed.