ଖଟା ମିଠା ହନି ଚିକେନ୍‌

ଆମେ ପ୍ରତିଦିନ ବିଭିନ୍ନ ଉପାୟରେ ମହୁ ଖାଇଥାଉ । ଏହା ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ । ଯଦି ଆପଣ ଚିକେନ୍‌ ସହିତ ମହୁ ମିଶାଇ ବ୍ୟଞ୍ଜନ ପ୍ରସ୍ତୁତ କରନ୍ତି, ତେବେ ଏହା ଆପଣଙ୍କୁ ସମାନ ଲାଭ ଦେବ । ହନି ଚିକେନ୍‌ ଏକ ଲୋକପ୍ରୟ ଚାଇନିଜ୍‌ ଖାଦ୍ୟ ।
ଖଟା ମିଠା ହନି ଚିକେନ୍‌
ଏହା ବ୍ୟତୀତ କାନାଡାରେ ମଧ୍ୟ ଏହି ବ୍ୟଞ୍ଜନକୁ ବହୁତ ପସନ୍ଦ କରାଯାଏ । ଆମ ଦେଶରେ ମଧ୍ୟ ହରିୟାଣା ଏବଂ ପଞ୍ଜାବରେ ଏହା ବହୁତ ଲୋକପ୍ରିୟ । ସ୍ୱାଦରେ ଏହା ଖଟା, ମିଠା ଲାଗିଥାଏ ।
ଖଟା ମିଠା ହନି ଚିକେନ୍‌
ତେବେ ଆସନ୍ତୁ ଜାଣିବା ଏହି ବ୍ୟଞ୍ଜନ ପ୍ରସ୍ତୁତି ବିଷୟରେ-
ସାମଗ୍ରୀ
ଚିକେନ୍‌ ପିସ୍‌ , ପିଆଜ କଟା, ଗ୍ରୀନ୍‌ ଚିଲି, ଅଳ୍ପ ଲେମ୍ବୁ ରସ , ଅଳ୍ପ କର୍ଣ୍ଣଫ୍ଲୋର ଚିଲି ସସ୍‌ , ସୋୟା ସସ୍‌ , ଲଙ୍କା ପାଉଡର , ଅଦା ରସୁଣ ପେଷ୍ଟ, ଅଳ୍ପ ମହୁ, ସ୍ୱାଦ ଅନୁସାରେ ଲୁଣ ।
ସର୍ବପ୍ରଥମେ ଚିକେନ୍‌ ଖଣ୍ଡଗୁଡ଼ିକୁ ଭଲଭାବେ ଧୋଇ ଦିଅନ୍ତୁ । ଏକ ପାତ୍ରରେ ଚିକେନ୍‌ ଲୁଣ, ଲେମ୍ବୁ ଏବଂ ଲଙ୍କା ପାଉଡର ପକାଇ ଭଲ ଭାବରେ ମିଶା;ୁ ଏବଂ ଏହାକୁ କିଛି ସମୟ ପାଇଁ ଛାଡ଼ିଦିଅନ୍ତୁ ।
ଅନ୍ୟ ଏକ ପାତ୍ରରେ କର୍ଣ୍ଣଫ୍ଲୋର ଏବଂ ପାଣି ପକାଇ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କର;ୁ । ଏହି ମିଶ୍ରଣକୁ ଚିକେନ୍‌ ଉପରେ ଲଗା;ୁ ଏବଂ ଏହାକୁ କୋଟ କର;ୁ ।
ଖଟା ମିଠା ହନି ଚିକେନ୍‌

ଏକ ପ୍ୟାନରେ ତେଲ ଗରମ କରି ମିଶ୍ରଣ ଲଗା ଚିକେନ୍‌କୁ ଭଲ ଭାବେ କଷନ୍ତୁ । ଚିକେନ୍‌ କଷି ହୋଇଗଲା ପରେ ଏକ ପାତ୍ରରେ ବାହାର କରି ରଖ;ୁ । ଏବେ ପୁଣି ଥରେ ପ୍ୟାନରେ ତେଲ ପକାଇ ଗରମ କର;ୁ ।
ଖଟା ମିଠା ହନି ଚିକେନ୍‌

କଟା ପିଆଜକୁ ଗରମ ତେଲରେ ପକାନ୍ତୁ । ପିଆଜ ଭାଜି ହୋଇଗଲେ ସେଥିରେ ଅଦା ରସୁଣ ପେଷ୍ଟ ଏବଂ ଗ୍ରୀନ୍‌ ଚିଲି ପକାଇ କଷନ୍ତୁ । ମସଲା ଭଲ ଭାବରେ କଷି ହୋଇଗଲେ ସେଥିରେ ସୋୟା ସସ୍‌ , ଚିଲି ସସ୍‌ ଏବଂ ଅଳ୍ପ ପାଣି ପକାନ୍ତୁ । ଏହାପରେ ସେଥିରେ ଅଳ୍ପ ମହୁ ଓ ଲୁଣ ପକାଇ ଚିକେନ୍‌ ପକାନ୍ତୁ । ଏହାକୁ ପ୍ରାୟ ୩-୪ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧିବା ପରେ ଗ୍ୟାସ୍‌ ବନ୍ଦ କର;ୁ । ଏବେ ପ୍ରସ୍ତୁତ ହୋଇଗଲା ଖଠା ମିଠା ହନି ଚିକେନ୍‌ ।

Launching Ceremony of “AYUSHMAN BHARAT

Comments are closed.