ଜ୍ୟାକ୍‌ ସ୍ପାରୋ ଭୂମିକାରେ ଅଭିନୟ ପାଇଁ ଜନି ଡେପଙ୍କୁ ୨୫୩୫ କୋଟିର ଅଫର

ନୂଆଦିଲ୍ଲୀ:ଜୁନ ୨୭: ହଲିଉଡର ଦମଦାର ଅଭିନେତା ଜନି ଡେପ୍‌ ଗତ କିଛି ସମୟ ଧରି ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍‌ ଚର୍ଚ୍ଚାରେ ଥିଲେ । ନିଜ ପୂର୍ବତନ ପତ୍ନୀ ଏମ୍ବର ହର୍ଡଙ୍କ ଦ୍ୱାରା ଦାଖଲ ମାନହାନୀ ମୋକଦ୍ଦମାରେ ଅଭିନେତା ଜିତିଥିଲେ । ଆଇନଗତ ଲଢେଇରେ ବିଜୟ ପରେ ଜନିଙ୍କ ସାଧାରଣ ଜୀବନ ଧିରେ ଧିରେ ଟ୍ରାକକୁ ଫେରିବାରେ ଲାଗିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡିଜନୀ ଜନି ଡେପ୍‌ଙ୍କ ନିକଟକୁ ଏକ କ୍ଷମା ପତ୍ର ପଠାଇଛି । ଏଥିସହ ସୁପର ହିଟ୍‌ ଫିଲ୍ମ ପାଇରେଟେସ୍‌ ଅଫ ଦ କ୍ୟାରିବିୟାନର ଜ୍ୟାକ୍‌ ସ୍ପାରୋ ଚରିତ୍ରରେ ଅଭିନୟ ପାଇଁ ୨୫୩୫ କୋଟି ଟଙ୍କା ଅଫର ହୋଇଛି ତାଙ୍କୁ । ହଲିଉଡର ଏହି ସୁପରହିଟ୍‌ ଫିଲ୍ମର ପାଞ୍ଚଟି ଭାଗରେ ଜନି ଡେପ୍‌ କ୍ୟାପଟେନ୍‌ ଜ୍ୟାକ ସ୍ପାରୋ ଚରିତ୍ରରେ ଅଭିୟନ କରି ସାରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ପୋରେଟ୍‌ ତାଙ୍କ ନିକଟକୁ ଏକ ଉପହାର ସହିତ ପତ୍ର ମଧ୍ୟ ପଠାଇଛନ୍ତି । ଷ୍ଟୁଡିଓ ଜ୍ୟାକ ସ୍ପାରୋଙ୍କୁ ନେଇ ଡ୍ରାଫଫ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଜନିଙ୍କୁ ଜ୍ୟାକ୍‌ ସ୍ପାରୋ ଚରିତ୍ରରେ ଅଭିନୟ ପାଇଁ ୨୫୩୫ କୋଟି ଟଙ୍କା ଅଫର ଦିଆଯାଇଛି । ଜନିଙ୍କ ନିକଟତର ବ୍ୟକ୍ତି କହିଛନ୍ତି, ଆଶା କରୁଛୁ ଜନି ଡେପ୍‌ ନିର୍ମାତା ସଂସ୍ଥାକୁ କ୍ଷମା କରିଦେବେ । ହେଲେ ନିଶ୍ଚିତ ରୂପେ ପ୍ରଶଂସକଙ୍କ ପାଇଁ ଏହା ବଡ ଖବର ହେବ । ଯଦି ଜନି ଡେପ୍‌ କ୍ୟାପଟେନ୍‌ ଜ୍ୟାକ୍ସ ସ୍ପାରୋ ଭୂମିକାରେ ନଜର ଆସିବେ । ଉଲ୍ଲେଖନୀୟ ଗତ କିଛି ସମୟରେ ଜନି ଡେପଙ୍କ ହାତରୁ ଅନେକ ଫିଲ୍ମ ଛଡାଇ ନିଆଯାଇଥିଲା । ଏପରିକି ଫାଣ୍ଟଷ୍ଟିକ ବିଷ୍ଟ ୩ ଏବଂ ପାଇରେଟ୍ସ ଅଫ ଦ କ୍ୟାରିବିୟାନ ପରି ଫିଲ୍ମ ମଧ୍ୟ ତାଙ୍କ ହାତରୁ ଛଡାଇ ନିଆଯାଇଥିଲା ।

Launching Ceremony of “AYUSHMAN BHARAT

Comments are closed.