ଐତିହାସିକ ଜିଏସଟି ସଂସ୍କାର,ନିତ୍ୟବ୍ୟବହାର୍ଯ୍ୟ ବସ୍ତୁ ଉପରୁ କମିବ ଦର

0

ନୂଆଦିଲ୍ଲୀ : କେନ୍ଦ୍ର ସରକାର GST (ସାମଗ୍ରୀ ଏବଂ ସେବା ଟିକସ)ରେ ବଡ଼ ସଂସ୍କାର । ଅନେକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପରୁ ଦ୍ରବ୍ୟ ଓ ସେବା ଶୁଳ୍କ କମ କରାଯାଇଛି । କେକେତ ସାମଗ୍ରୀ ଉପରୁ GST ସଂପୂର୍ଣ୍ଣ ଛାଡ଼ କରାଯାଇଛି । ୧୭୫ଟି ସାମଗ୍ରୀ ବିଚାରକୁ ନିଆଯାଇଥିଲା । ପ୍ରାୟ ୯୯ ପ୍ରତିଶତ ଦ୍ରବ୍ୟ ଉପରୁ GST ହ୍ରାସ ପାଇଛି । ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ଫଳରେ ଅନେକ ସାମଗ୍ରୀ ଏବେ ଶସ୍ତା ହେବ।

GST ପରିଷଦ ବୈଠକର ପ୍ରଥମ ଦିନରେ ନିଆଯାଇଥିବା ନିଷ୍ପତ୍ତିରେ, ଟିକସର ବିଦ୍ୟମାନ ଚାରୋଟି ସ୍ଲାବକୁ ମାତ୍ର ଦୁଇଟିକୁ ହ୍ରାସ କରାଯାଇଛି। 12% ଏବଂ 28% ସ୍ଲାବ ଉଚ୍ଛେଦ କରାଯାଇଛି, ବର୍ତ୍ତମାନ କେବଳ 5% ଏବଂ 18% ହାର ରହିବ।

ହେୟାର ଅଏଲ, ସାମ୍ପୁ, ସାବୁନ, ଟୁଥ ବ୍ରସ, ପେଷ୍ଟ, ବାଇସାଇକେଲ ଏବଂ କେକେତ ରୋଷେଇ ସାମଗ୍ରୀ ଉପରେ GST ୫ ପ୍ରତିଶତକୁ ହ୍ରାସ କରାଯାଇଛି । ସେହି ସମୟରେ, ଆଜି ପରିଷଦ ବୈଠକର ଦ୍ୱିତୀୟ ଦିନ। ଆଜି ମଧ୍ୟ ଅନେକ ବଡ଼ ଘୋଷଣା କରାଯାଇପାରେ।

ସରକାର ଏହାକୁ “ପରବର୍ତ୍ତୀ ପିଢ଼ିର GST ସଂସ୍କାର” ନାମ ଦେଇଛନ୍ତି, ଯାହା 22 ସେପ୍ଟେମ୍ବର 2025 ରୁ ସାରା ଦେଶରେ କାର୍ଯ୍ୟକାରୀ ହେବ। ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତା, ଚାଷୀ, ଛାତ୍ର, ମଧ୍ୟବିତ୍ତ ଏବଂ ଛୋଟ ବ୍ୟବସାୟୀଙ୍କ ଉପରେ ପଡ଼ିବ। ସରକାର ଦାବି କରୁଛନ୍ତି ଯେ ଏହି ନିଷ୍ପତ୍ତି ଜୀବନଯାପନ ଶସ୍ତା କରିବା ସହିତ ଆର୍ଥିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ପରେ ଉଛୁଳିଛି ସେୟାର ବଜାର I ଗୁରୁବାର ସକାଳେ ବିଏସଇ ସେନସେକ୍ସ ୮୮୮.୯୬ ପଏଣ୍ଟ କିମ୍ବା ୧.୧୦% ବୃଦ୍ଧି ପାଇ ୮୧,୪୫୬.୬୭ରେ ପହଞ୍ଚିଥିଲା। ଏହା ସହ ଏନଏସଇ ନିଫଟି ୨୬୫.୭୦ ପଏଣ୍ଟ କିମ୍ବା ୧.୦୮% ବୃଦ୍ଧି ପାଇ ୨୪,୯୮୦.୭୫ରେ କାରବାର କରୁଥିଲା। ସକାଳ ସମୟରେ ମଧ୍ୟ ଷ୍ଟକ୍ ବଜାରରେ ଶକ୍ତି ଦେଖିବାକୁ ମିଳିଥିଲା। ସକାଳ ୯ଟା ୨୭ ସୁଦ୍ଧା, ବିଏସଇ ସେନସେକ୍ସ ୫୭୧.୫୭ ପଏଣ୍ଟ କିମ୍ବା ୦.୭୧% ବୃଦ୍ଧି ପାଇ ୮୧,୧୩୯.୨୮ ରେ ପହଞ୍ଚିଥିବା ବେଳେ ଏନଏସଇ ନିଫ୍ଟି ୧୬୧.୨୫ ପଏଣ୍ଟ କିମ୍ବା ୦.୬୫% ବୃଦ୍ଧି ସହିତ ୨୪,୮୭୬.୩୦ ରେ କାରବାର କରୁଥିଲା। ଜିଏସଟି ପରିଷଦର ଦାମ୍ ହ୍ରାସ ନିଷ୍ପତ୍ତି ପରେ, ବଜାରରେ ସକାରାତ୍ମକ ବୃଦ୍ଧି ଦେଖାଯାଉଛି ଏବଂ ନିବେଶକମାନେ ଷ୍ଟକ୍ କିଣିବା ଆରମ୍ଭ କରିଛନ୍ତି।

Govt
Leave A Reply

Your email address will not be published.