ଉଚ୍ଚଶିକ୍ଷା ପ୍ରଶ୍ନପତ୍ର ବିଭ୍ରାଟ,ଦୋଷୀଙ୍କୁ ଛଡ଼ାଯିବ ନାହିଁ – ଉଚ୍ଚ ଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : OPSC /SSC ପ୍ରଶ୍ନପତ୍ର ବିଭ୍ରାଟକୁ ନେଇ ମୁହଁ ଖୋଲିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ବିଭ୍ରାଟରେ ଯେଉଁ ବିଭାଗ ସଂଶ୍ଳିଷ୍ଟ ଅଛି ତଦନ୍ତ ହେବ । ଏହା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଏହି ଘଟଣାରେ ଯିଏ ଦୋଷୀ ତାକୁ ଛଡ଼ାଯିବ ନାହିଁ । ଏସଂକ୍ରାନ୍ତୀୟ ବିଲ୍‌ ବିଧାନସଭାରେ ଆଇନରେ ପରିଣତ ହୋଇଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ।

ସୂଚନାନୁସାରେ , କାଲି ଗୋଟିଏ ଦିନରେ ଦୁଇଟି ଓଏସଏସସିର ଏକ୍ସାଇଜ୍‌ ଓ ଟ୍ରାଫିକ୍‌ ଏସ୍‌ଆଇ ପରୀକ୍ଷା ଥିଲା । ଏଥିପାଇଁ ହଜାର ହଜାର ପରୀକ୍ଷାର୍ଥୀ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟାଳୟରେ ହୋଇଥିବା ପରୀକ୍ଷା କେନ୍ଦ୍ରକୁ ଆସି ପରୀକ୍ଷା ଦେଇଥିଲେ। ପରୀକ୍ଷା ସମୟରେ ଦେଖାଦେଇଥିଲା ତ୍ରୁଟି । ଯେଉଁ ସବୁ ବିଷୟରେ ପ୍ରଶ୍ନ ଆସିବା କଥା ନଆସି ଅନ୍ୟ ବିଷୟରେ ପ୍ରଶ୍ନ ପଡ଼ିଥିଲା। ଯାହାକୁ ନେଇ ସମସ୍ତ ପରୀକ୍ଷା କେନ୍ଦ୍ରରେ ଉତ୍ତେଜନା ଦେଖାଦେଇଥିଲା। ପରୀକ୍ଷାରେ ହୋଇଥିବା ତ୍ରୁଟି ନେଇ ଓଏସ୍‌ଏସ୍‌ସି କର୍ତ୍ତୃପକ୍ଷ ସ୍ବୀକାର କରିଥିଲେ ହେଁ ଏହାକୁ ବାତିଲ୍ ନକରି କହିଥିଲେ ଆଉ ଏକ ପରୀକ୍ଷା କରିବାର ବିକଳ୍ପ ଉପରେ ଆୟୋଗ ବିଚାର କରୁଛନ୍ତି ।

ସେହିପରି ଓପିଏସସି ପରିଚାଳିତ ପରୀକ୍ଷାରେ ବି ତ୍ରୁଟି ଦେଖାଯାଇଥିଲା । ଓସିଏସ ମେନ୍‌-୨୦୨୩ର ଆନ୍‌ଥ୍ରୋପୋଲୋଜିର ୨ଟି ପେପର ପରୀକ୍ଷା ରହିଥିଲା । ପୂର୍ବାହ୍ନ ୯ରୁ ୧୨ଟା ଆନ୍‌ଥ୍ରୋପୋଲୋଜି ପ୍ରଥମ ପେପର ପରୀକ୍ଷା ଥିଲା । ଅପରାହ୍ନ ୨ଟାରୁ ୫ଟା ଆନ୍‌ଥ୍ରୋପୋଲୋଜି ଦ୍ବିତୀୟ ପେପର୍‌ ପରୀକ୍ଷା ଥିଲା । ମାତ୍ର ପ୍ରଥମ ପେପର ପରୀକ୍ଷାରେ କିଛି ପ୍ରଶ୍ନ ଦ୍ବିତୀୟ ପେପରରୁ ଆସିଥିବା ନେଇ ଛାତ୍ରଛାତ୍ରୀ ଅଭିଯୋଗ କରିଥିଲେ ।

ପରୀକ୍ଷାର୍ଥୀମାନେ କହିଛନ୍ତି ଯେ ପୂର୍ବରୁ ନିଯୁକ୍ତି ନେଇ ଯେତେବେଳେ ବିଜ୍ଞାପନ ବାହାରିଥିଲା, ସେଥିରେ ଯେଉଁସବୁ ବିଷୟ ଉପରେ ପ୍ରଶ୍ନପତ୍ର ପଡ଼ିବ ବୋଲି ପାଠ୍ୟକ୍ରମ ଜରିଆରେ କୁହାଯାଇଥିଲା ତାହା ଆଜିର ପରୀକ୍ଷାରେ ଦେଖିବାକୁ ମିଳିନଥିଲା। ଇଂରାଜୀ, ଓଡ଼ିଆ ସମ୍ବନ୍ଧରେ କୌଣସି ପ୍ରଶ୍ନ ନଥିଲା। ବରଂ ସିଜିଏଲ୍‌ରୁ ପ୍ରଶ୍ନ ପଡ଼ିଥିଲା। ଏନେଇ ଅଭିଯୋଗ କରିଥିଲେ ବି କେହି ଶୁଣିଲେନି ବୋଲି ଅଭିଯୋଗ କରିଥିଲେ ।

Govt

Comments are closed.