ମୁମ୍ବାଇ: ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଲୋକପ୍ରିୟ ଗାୟିକା ତଥା ଅଭିନେତ୍ରୀ ଶେହନାଜ ଗିଲ୍ ‘ବିଗ୍ ବସ୍ ୧୩’ରେ ସାମିଲ ହେବାପରଠୁ ତାଙ୍କ ଭାଗ୍ୟ ବଦଳିବାରେ ଲାଗିଛି । ସୁନ୍ଦରତା ଏବଂ ନିଆରା ଭାବଶୈଳୀ ପାଇଁ ସେ ସୋସିଆଲ ମିଡିଆ ସେନସ୍ସେନ୍ ପାଲଟିଛନ୍ତି । ଏଥିସହ ସମଗ୍ର ଦେଶରେ ତାଙ୍କର ପ୍ରଶଂସକ ରହିଛନ୍ତି ।
ଅଭିନେତ୍ରୀ ଶେହନାଜ ଖୁବଶୀଘ୍ର ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମରୁ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଁଛନ୍ତି ବୋଲି କିଛି ଦିନ ତଳେ ଖବର ସାମ୍ନାକୁ ଆସିଥିଲା । ବର୍ତ୍ତମାନ ତାଙ୍କ ପାରିଶ୍ରମିକକୁ ନେଇ ନୂଆ ଖବର ମିଳିଛି ।
ସୂତ୍ର ଅନୁଯାୟୀ ସଲମାନ ଶେହନାଜଙ୍କୁ ମୋଟା ଅଙ୍କର ଫି ଦେବାକୁ ରାଜି ହୋଇଛନ୍ତି । ମୁ୍ୟଜିକ ଭିଡିଓ ଏବଂ ବିଗ୍ ବସ୍ ଘରୁ ଦର୍ଶକଙ୍କ ହୃଦୟ ଜିତିଥିବା ଶେହନାଜ ସଲମାନଙ୍କ ନୂଆ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ ଜରିଆରେ ହିନ୍ଦୀ ସିନେମା ଦୁନିଆରେ ପଦାର୍ପଣ କରିବେ ।
ଖବର ଅନୁସାରେ ଶେହନାଜଙ୍କୁ ସଲମାନ ତାଙ୍କ ଇଚ୍ଛା ମୁତାବକ ଫିସ୍ ଚୟନ କରିବାର ଅନୁମତି ଦେଇଛନ୍ତି । ସଲମାନ ଏବଂ ଶେହନାଜଙ୍କ ମଧ୍ୟରେ ଭଲ ବଣ୍ଡିଂ ଥିବା ସମସ୍ତେ ଜାଣନ୍ତି, ଯାହାକୁ ଦେଖି ଅଭିନେତା ଭାଇଜାନ ଶେହନାଜଙ୍କୁ ଫିଲ୍ମରେ କାମ କରିବା ପାଇଁ ଆପ୍ରୋଚ୍ କରିଥିଲେ । ଏପରିକି ଶେହନାଜ ତାଙ୍କ ଇଚ୍ଛାନୁସାରେ ଯାହା ବି ମାଗିବେ, ତାହା ଦେବେ ବୋଲି ସଲମାନ କହିଛନ୍ତି ।
ଏଥିସହ ସଲମାନ ତାଙ୍କୁ ସୁଟିଂର କାର୍ଯ୍ୟସୂଚୀ ନିଜେ ସ୍ଥିର କରିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି, କାରଣ ଶେହନାଜ ଏବେ ଅନେକ ସାରା ପ୍ରୋଜେକଫରେ ବ୍ୟସ୍ତ ଅଛନ୍ତି । ‘କଭି ଇଦ୍ କଭି ଦିୱାଲୀ’ରେ ସଲମାନଙ୍କ ସହ ତାଙ୍କ ଭିଣୋଇ ଆୟୁଷ ଶର୍ମା, ଜହୀର ଇକବାଲ ଏବଂ ପୂଜା ହେଗେଡେ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି ।
ଏଥିରେ ଶେହନାଜ ଗିଲ୍ ଅଭିନେତା ଆୟୁଷ ଶର୍ମାଙ୍କ ଅପୋଜିଟ୍ରେ ନଜର ଆସିବେ । ନିକଟରେ ଦିଲଜିତ୍ ଦୋସାଞ୍ଜାଙ୍କ ସହ ପଞ୍ଜାବୀ ଫିଲ୍ମ ‘ହୋଂସଲା ରଖ୍’ରେ ଶେହନାଜଙ୍କୁ ଦେଖିବାକୁ ମିଳିଥିଲା ।

Comments are closed.