ଆସନ୍ତା ୫ ଦିନ ଯାଏଁ ଲଗାଣ ବର୍ଷା, ୧୯ରେ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ଆସନ୍ତା ୫ ଦିନ ଯାଏଁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ । ୧୫ କିମ୍ବା ୧୬ ତାରିଖ ପରଠାରୁ ବର୍ଷା କମିବ ବୋଲି ଆଜି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି ।
ପାଣିପାଗ କେନ୍ଦ୍ର ଆହୁରି ସୂଚନା ଦେଇଛି ଯେ, ଆସନ୍ତା ୧୩ ତାରିଖରେ ଆଉ ଏକ ଲଘୁଚାପ ହେଉଛି । ଏହାର ପ୍ରଭାବରେ ୧୩ ଓ ୧୪ ଦୁଇ ଦିନ ଅଧିକ ବର୍ଷା ରହିବ । ଏହିସମୟରେ ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ଅନୁମାନ କରାଯାଇଛି ।

ଅନ୍ୟପକ୍ଷରେ, ଆସନ୍ତା ୧୯ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରିହିଛି । ଏଣୁ ଦୂର ଯାତ୍ରାକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ଶିଘ୍ର ବାହୁଡ଼ିବାକୁ ସୂଚନା ଦିଆଯାଇଛି । ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ଏଣୁ ଓଡ୍ରାଫ୍‌ ଟିମ୍‌ ଓ ରିଲିଫ୍‌ ଟିମ୍‌ଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ଅନ୍ୟପଟରେ ଲଗାଣ ବର୍ଷା ଯୋଗୁଁ ହଇଜା ବ୍ୟାପିପାରେ ବୋଲି ଆଶଙ୍କା କରାଯାଇ ସ୍ୱାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି ।

Comments are closed.