ଭୁବନେଶ୍ୱର: ମାର୍ଚ୍ଚ ୧୪: ରାଜ୍ୟରେ ଧିରେ ଧିରେ ଗ୍ରୀଷ୍ମର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଲାଣି । ବିଶେଷ କରି ପଶ୍ଚିମ ଓଡ଼ିଶାରେ ଥିବା କେତେକ ଜିଲ୍ଲାମାନଙ୍କରେ ତାତି ବଢ଼ୁଥିବା ସୂଚନା ରାଜ୍ୟ ପାଣିପାଗ ବିଭାଗ ପ୍ରଦାନ କରିଛି ।
Realized #weather during past 24 hours over the districts of #Odisha pic.twitter.com/u2zerwOD5m
— Meteorological Centre, Bhubaneswar (@mcbbsr) March 14, 2022
ରାଜ୍ୟରେ ସର୍ବାଧିକ ଟିଟିଲାଗଡ଼ରେ ୩୮ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ବଲାଙ୍ଗୀର, ଅନୁଗୁଳ ଓ ଝାରସୁଗୁଡ଼ା ଜିଲ୍ଲାରେ ୩୭ ଡିଗ୍ରୀ ସେଲସିଅସ ତାପମାତ୍ର ରେକର୍ଡ କରାଯାଇଛି । ସୋନପୁରରେ, ସମ୍ବଲପୁର, ହିରାକୁଦ, ସୁନ୍ଦରଗଡ଼, ବାରିପଦା, ନୟାଗଡ଼ ଓ ବାଲେଶ୍ୱରରେ ୩୬ ଡିଗ୍ରୀ ସେଲସିଅସ ତାପମାତ୍ରା ରେକର୍ଡ କରଯାଇଛି ।
ଟୁଇନ୍ ସିଟି କଟକରେ ୩୫ ଡିଗ୍ରୀ ଥିଲା ବେଳେ ଭୁବନେଶ୍ୱରରେ ୩୬. ୬ ଡିଗ୍ରୀ ସେଲସିଅସ ତାପମାତ୍ର ରିହିଛି । ଅନ୍ୟପକ୍ଷରେ ସକାଳ ବେଳା ଭୁବନେଶ୍ୱର ସହରରେ କୁହୁଡ଼ି ପଡ଼ୁଥିବା ମଧ୍ୟ ନଜର ରହିଛି ।
ରାଜଧାନୀ ଭୁବନେଶ୍ୱର ରେ କିଛି ପ୍ରାନ୍ତରରେ ଆଜି ଅନୁଭୂତ ଘନ କୁହୁଡିର କିଛି ପ୍ରତିଫଳନ pic.twitter.com/eD40hKZ6Mp
— Meteorological Centre, Bhubaneswar (@mcbbsr) March 14, 2022

Comments are closed.