ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ଘଟଣା , ଜେଲ ଗଲେ ଗୋପାଳ ଦାସ

ଭୁବନେଶ୍ୱର : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ଘଟଣାରେ ଚାଲିଛି କ୍ରାଇମବ୍ରାଞ୍ଚ ତଦନ୍ତ Iକ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ୫ ଜଣିଆ ଟିମ ଏହି ଘଟଣାରେ ତଦନ୍ତ କରୁଛନ୍ତି I ଏଥିପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ ୨ଟି ଟିମ ଗଠନ କରାଯାଇ ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ସୁନ୍ଦର ଗଡ଼ଠାରେ ଚାଲିଛି ମାରାଥନ ଜେରା I ଗୋପାଳ ଦାସ ଦୋଷ ସ୍ୱୀକାର କରିବା ପରେ ଗତକାଲି ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ହାଜର କରାଯାଇଥିଲା । ତେବେ ଝାରସୁଗୁଡ଼ା ଜେଏମଏଫସିଙ୍କ ଆବାସିକ କୋର୍ଟରେ ହାଜର ହେବା ପରେ ଗୋପାଳଙ୍କୁ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଛି । ଏଥିସହିତ ଗୋପାଳଙ୍କୁ ୭ ଦିନିକିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ଜଣାପଡ଼ିଛି । ରିମାଣ୍ଡରେ ନେଇ ଜେରା କଲେ ପୂରା ଘଟଣା ଜଣାପଡ଼ିବ। ତଦନ୍ତ ବେଳେ ସମସ୍ତ ପ୍ରତ୍ୟେକ୍ଷଦର୍ଶୀଙ୍କୁ ଜେରା କରାଯିବ।

କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଗୋପାଳଙ୍କୁ ଗତକାଲି ଚାକିରିରୁ ବରଖାସ୍ତ କରିଥିଲେ ଝାରସୁଗୁଡ଼ା ଏସପି । ଗୋପାଳଙ୍କଠାରୁ ଜବତ ହୋଇଥିବା ପିସ୍ତଲକୁ ବାଲିଷ୍ଟିକ ପରୀକ୍ଷା ପାଇଁ ଲ୍ୟାବକୁ ପଠାଯିବ । ତାଙ୍କଠାରୁ ୯ଏମଏମ ପିସ୍ତଲ, ୩ଟି ଜୀବନ୍ତ ଗୁଳି ଜବତ ହୋଇଥିଲା । ଅନ୍ୟପକ୍ଷରେ ନବଙ୍କ ରକ୍ତଭିଜା ପୋଷାକ, ମେଡିକାଲ ରେକର୍ଡକୁ ଜବତ କରାଯାଇଛି । ଏଥିସହିତ ପୋଷ୍ଟମର୍ଟମ କରିଥିବା ଡାକ୍ତରୀ ଟିମ୍ ସହ ଆଲୋଚନା କରାଯାଇ ନବଙ୍କ ଭିସେରା ନମୂନା ସଂରକ୍ଷିତ କରି ରଖାଯାଇଛି । ବନ୍ଧୁକ ଓ ଗୁଳିକୁ ବାଲିଷ୍ଟିକ୍ ପରୀକ୍ଷା ପାଇଁ ପଠାଯାଇଛି । ଡିଏସପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ଏକ ଟିମ୍ ଭୁବନେଶ୍ୱରରେ ତଦନ୍ତ ଆରମ୍ଭ କରିଛି । କ୍ୟାପିଟାଲ ହସପିଟାଲର ପୋଷ୍ଟମର୍ଟମ ରିପୋର୍ଟ ଓ ଏହାର ଭିଡିଓଗ୍ରାଫି ସଂଗ୍ରହ କରାଯିବ । ଅନ୍ୟପଟେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାକାଣ୍ଡ କୁ ୪୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ,ହତ୍ୟା କାଣ୍ଡ ଉପରୁ ପରଦା ହଟି ପାରିନାହିଁ I

Govt

Comments are closed.