ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ,ଅନଲାଇନରେ ହେବ ପଞ୍ଜିକରଣ

0

ପୁରୀ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଧର୍ମ ମାସ କାର୍ତ୍ତିକ। ଅକ୍ଟୋବର ୭ ତାରିଖରୁ ହବିଷ୍ୟାଳି ମାନେ ବ୍ରତ ପାଳନ କରିବେ । ସୁଚାରୁ ରୂପେ ପରିଚାଳନା ପାଇଁ ପୁରୀ ସର୍କିଟ୍ ହାଉସରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ହବିଷ୍ୟାଳୀମାନେ ମାସେ ଧରି ଶ୍ରୀକ୍ଷେତ୍ରରେ ରହିବାକୁ ଆସୁଥିବାରୁ ସେମାନଙ୍କ ସମସ୍ତ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଛନ୍ତି ଜିଲ୍ଲାପାଳ । ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରାଯିବ ।

ରାଜ୍ୟର ପ୍ରାୟ ୨,୫୦୦ ଶ୍ରଦ୍ଧାଳୁଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ପାଳନର ସୁବିଧା ଯୋଗାଇ ଦେବେ ସରକାର। ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ପଞ୍ଜୀକରଣ ବ୍ୟବସ୍ଥା। ଜଟିଳ ରୋଗ ଓ ବୟସାଧିକ୍ୟ ଲୋକଙ୍କୁ ଏଥିପାଇଁ ସୁଯୋଗ ମିଳି ନପାରେ। ମନୋନୟନ ପୂର୍ବରୁ ଏକ ଡାକ୍ତରୀ ଦଳ ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ମନୋନୀତ ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୁଣା ମହିଳା କଲେଜ କୋଠା, ବାଗେଡ଼ିଆ ଧର୍ମଶାଳା ଓ ପୌର କଲ୍ୟାଣ ମଣ୍ଡପରେ ଆବାସ ଯୋଗାଇ ଦିଆଯିବ। ଏହାଛଡ଼ା ଦିନକୁ ଗୋଟିଏ ଥର ମହାପ୍ରସାଦ ଦେବା ସହିତ ସ୍ବତନ୍ତ୍ର ଗାଡ଼ିରେ ନେଇ ଜଗନ୍ନାଥ ଦର୍ଶନ ବ୍ୟବସ୍ଥା କରାଯିବ। ହବିଷ୍ୟାଳି ଶିବିରଗୁଡ଼ିକରେ ରାଧା ଦାମୋଦର ପୂଜା, ଆକାଶ ଦୀପ, ଚଉରା ପୂଜା, କାର୍ତ୍ତିକ ପୁରାଣ ପାଠ, ଭାଗବତ ପ୍ରବଚନ ବ୍ୟବସ୍ଥା କରାଯିବ। ମନୋନୀତ ଶ୍ରଦ୍ଧାଳୁଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଫଟୋ ପରିଚୟପତ୍ର ଯୋଗାଇ ଦିଆଯିବ।

ଅକ୍ଟୋବର ୭ରୁ କାର୍ଯ୍ୟକ୍ଷମ ହେବ ହବିଷ୍ୟାଳି ଶିବିର। କାର୍ତ୍ତିକ ପୂର୍ଣ୍ଣିମାରେ ଏହା ଉଦ୍‍ଯାପନ ହେବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହବିଷ୍ୟାଳି ଶିବିର ଉଦ୍‍ଘାଟନ କରିବେ।

Govt
Leave A Reply

Your email address will not be published.