ଅପରେସନ ‘ମହାଦେବ’ ରେ ହାସିମ ମୁସା ନିପାତ

0

ନୂଆଦିଲ୍ଲୀ : ଭାରତୀୟ ସୁରକ୍ଷାବାହିନୀକୁ ଆଉ ଏକ ବଡ଼ ସଫଳତା । ପହଲଗାମ ଆକ୍ରମଣର ମାଷ୍ଟର ମାଇଣ୍ଡ ହାସିମ ମୁସା ସଫା । ହାସିମ ଲସ୍କର-ଏ-ତୈବା ର ଟପ କମାଣ୍ଡର ଥିଲା ମୂଷା । ତାକୁ ଧରାଇ ଦେବାକୁ ତା’ନାଁରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା । ପହଁଲଗାମ ଆକ୍ରମଣ ପରେ ସମସ୍ତ ଆତଙ୍କବାଦୀ ଜଙ୍ଗଲ ଜଙ୍ଗଲ ଭିତରେ ଯାଇ ଲୁଚିଥିଲେ । ଏମାନେ ପାକିସ୍ଥାନ ଖସି ନଯିବାକୁ ଭାରତୀୟ ସେନା ପକ୍ଷରୁ ଜାଲ ବିଛା ଯାଇଥିଲା । ଶ୍ରୀନଗର ନିକଟ ଲିଡବାସରେ ଲୁଚି ରହିଥିଲେ ପହଲଗାମ ହମଲାରେ ସଂପୃକ୍ତ ୩ TRF ଆତଙ୍କୀ। ମୂଷା ସହିତ ଅନ୍ୟ ୩ ଆତଙ୍କବାଦୀ ନିପାତ ହୋଇଥିବା ନେଇ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି । ୨ ଦିନ ପୂର୍ବରୁ ଆତଙ୍କୀଙ୍କ ଉପସ୍ଥିତି ନେଇ ଗୁଇନ୍ଦା ସୂଚନା ପରେ ଭାରତୀୟ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ସୂଚନାନୁସାରେ,ଆଜି ଜମ୍ମୁ କାଶ୍ମୀର ପୋଲିସ ଏବଂ ସିଆରପିଏଫର ମିଳିତ ଅପରେସନ୍ କରାଯାଇଥିଲା । ସୁରକ୍ଷା ବାହିନୀ ଦଳ ଦାଚିଗାମ ଜଙ୍ଗଲର ଉପର ଭାଗରେ ସର୍ଚ୍ଚ ଅପରେସନ୍ କରୁଥିଲେ। ଏହି ଅଞ୍ଚଳ ଶ୍ରୀନଗରକୁ ତ୍ରାଲ ସହିତ ସଂଯୋଗ କରେ। ଏକ ପାହାଡିଆ ରାସ୍ତା ଦେଇ ଯାଏ। ଅପରେସନ୍ ସମୟରେ ହଠାତ୍ ଗୁଳି ଚାଳନା ଶବ୍ଦ ଶୁଣିବାକୁ ମିଳିଥିଲା। ସୁରକ୍ଷା ଏଜେନ୍ସିଙ୍କ ଅନୁମାନ କରିଥିଲେ ଏହି ଅଞ୍ଚଳରେ ଆତଙ୍କବାଦୀ ଗୋଷ୍ଠୀ TRF (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ)ର ଆତଙ୍କବାଦୀମାନେ ଲୁଚି ରହିପାରନ୍ତି। ତେଣୁ ପରେସନକୁ ଜୋରଦାର କରିଥିଲେ । ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇ ୩ଜଣ ଆତଙ୍କୀଙ୍କ ଜୀବନ ଯାଇଥିବା ନେଇ ଖବର ମିଳିଥିଲା। ଏହି ୩ଆତଙ୍କୀ ମଧ୍ୟରେ ପହଲଗାମ ଆକ୍ରମଣର ମାଷ୍ଟରମାଇଣ୍ଡ ତଥ‌ା ଲସ୍କର-ଏ-ତୈବା (ଏଲଇଟି)ର ଟପ କମାଣ୍ଡର ହାସିମ ମୁସା ଥିବା ଜଣାପଡ଼ିଛି। ହାସିମ୍ ପୂର୍ବରୁ ଜଣେ ପାକିସ୍ତାନୀ ସେନା ସୈନିକ ଭାବେ କାମ କରୁଥିଲା।

ହାସିମ ମୁସାପାକିସ୍ତାନର ସ୍ୱତନ୍ତ୍ର ତାଲିମପ୍ରାପ୍ତ ସେନା ୟୁନିଟ୍‌ ସ୍ପେଶାଲ ସର୍ଭିସ ଗ୍ରୁପ୍ (ଏସଏସଜି)ର ଜଣେ ପାରା-କମାଣ୍ଡୋ ଥିଲା। ୨୦୨୨ ମସିହାରେ ସେ ଭାରତରେ ଅନୁପ୍ରବେଶ କରି ଲସ୍କରରେ ଯୋଗ ଦେଇଥିଲା। ଏହା ପ‌ରେ ସେ ଅନେକ ଆକ୍ରମଣର ଯୋଜନା କରିଥିଲା। ପହଲଗାମ ଆକ୍ରମଣର ଯୋଜନା କରିବାରେ ତା’ର ପ୍ରମୁଖ ଭୂମିକା ଥିଲା। ସେ ଏପ୍ରିଲ ୧୫ତାରିଖରୁ ବୈସାରଣ ଘାଟିରେ ଉପସ୍ଥିତ ରହି ସାତ ଦିନ ଧରି ରେକି କରିଥିଲା।

Leave A Reply

Your email address will not be published.