ହରନାଜ ସାନ୍ଧୁ ଦୀର୍ଘ ଦୁଇ ଦଶନ୍ଧି ପରେ ଭାରତର ତୃତୀୟ ସୁନ୍ଦରୀ ଭାବେ ବ୍ରହ୍ମାଣ୍ଡ ସୁନ୍ଦରୀର ମୁକୁଟ ପିନ୍ଧି ଭାରତକୁ ଗୌରାବନ୍ୱିତ କରିଛନ୍ତି । ଆଉ ଏବେ ହରନାଜ୍ଙ୍କ ବଲିଉଡ୍ ଡେବୁ୍ୟକୁ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି ।
ଏସମସ୍ତ ମିସ୍ ଡିଭାର ବିଜେତା କିମ୍ବା ପ୍ରତିଯୋଗୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜ କ୍ୟାରିଅର ଗଢ଼ିଥିବା ଆଗରୁ ଦେଖିବାକୁ ମିଳିଛି । ତେଣୁ ହରନାଜ୍ ମଧ୍ୟ ସିନେ ଦୁନିଆରା ପାଦ ରଖିବେ ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ନିକଟରେ ଏକ ଇଣ୍ଟରଭୁ୍ୟରେ ହରନାଜଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେ କେଉଁ ସେଲିବ୍ରେଟିଙ୍କ ଉପରେ ଅଧିକ ପ୍ରଭାବିତ ।
ତେବେ ସେ ପ୍ରିୟଙ୍କା ଚୋପ୍ରାଙ୍କ ନାମ ନେଇଥିଲେ ।
ଏହାସହ ପ୍ରିୟଙ୍କା ତାଙ୍କ ପ୍ରେରଣା ବୋଲି ସେ କହିଛନ୍ତି । କେବଳ ସେତିକି ନୁହେଁ, କେଉଁ ସେଲିବ୍ରେଟିଙ୍କ ବାୟୋପିକ୍ରେ କାମ କରିବାକୁ ଚାହାଁନ୍ତି ବୋଲି ତାଙ୍କୁ ଯେତେବେଳେ ଇଣ୍ଟରଭୁ୍ୟରେ ପଚରାଯାଇଥିଲା, ସେତେବେଳେ ହରନାଜ୍ ପୁଣି ଥରେ ମିସ୍ ୱାଲïର୍ ବିଜୟନୀ ପ୍ରିୟଙ୍କା ଚୋପ୍ରାଙ୍କ ନାଁ ନେଇଥିଲେ ।
ପ୍ରିୟଙ୍କା ଚୋପ୍ରାଙ୍କ ଚରିତ୍ରରେ ସେ ନିଜକୁ ଦେଖି ଖୁସି ହେବ ବୋଲି ହରନାଜ୍ କହିଥିଲେ । ହରନାଜ୍ ସାନ୍ଧୁ ଏବେ ନୁ୍ୟୟର୍କର ମିସ୍ ୟୁନିଭର୍ସ ଆପାର୍ଟମେଣ୍ଟରେ ରହୁଛନ୍ତି । ଏହି ଆପାର୍ଟମେଣ୍ଟ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଜିତିଥିବା ସୁନ୍ଦରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ନିର୍ମାଣ କରାଯାଇଯାଇଛି, ଯେଉଁଠାରେ ସେ ଏକ ବର୍ଷ ପର୍ଯ୍ୟନ୍ତ ରହିପାରିବେ । ଏହି ଆପାର୍ଟମେଣ୍ଟ ସହ ଜଡ଼ିତ ସାରା ଖର୍ଚ୍ଚ, ଏପରିକି ଖାଦ୍ୟପେୟ, କପଡ଼ା ସବୁକିଛି ମାଗଣା ।
ଏସମସ୍ତ ଖର୍ଚ୍ଚ ମିସ୍ ୟୁନିଭର୍ସ ସଂସ୍ଥା ଉଠାଇଥାନ୍ତି । ନୂଆ ବର୍ଷରେ ହରନାଜ ଏହି ବିଳାସପୂର୍ଣ୍ଣ ଘରେ ପ୍ରବେଶ କରିଛନ୍ତି, ଯାହାର ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଇଛି ।
Comments are closed.