ସାମଗ୍ରୀ- ଏକ କପ୍ ପୋଦିନା ପତ୍ର, ଏକ କପ୍ ଧନିଆ ପତ୍ର, ୨ ଇଞ୍ଚ ଅଦା, ୨ଟି କଞ୍ଚା ଲଙ୍କା, ଦେଢ କପ୍ ବାସୁମତି ଚାଉଳ, ୩ ଚାମଚ ଜିରା, ୩ରୁ ୪ଟି ରସୁଣ, ୩ଟି ଗୁଜୁରାତି, ଡାଲଚିନି ଖଣ୍ଡ, ଏକ କପ୍ କଟା ପିଆଜ, ଏକ ଚାମଚ ଧନିଆ ପାଉଡର, ୨ଚାମଚ ହଳଦି, ଏକ ଚାମଚ ଲଙ୍କା ଗୁଣ୍ଡ, ଅଧା ଚାମଚ ଗରମ ମସଲା, ଅଧା କପ ମଟର, ଅଧା କପ୍ ବିନ୍ କଟା, ଅଧା କପ୍ ଆଳୁ କଟା, ଏକ ଚାମଚ ଲେମ୍ବୁ ରସ

ପ୍ରଣାଳୀ- ପ୍ରଥମେ ପୋଦିନା, ଅଦା, ରସୁଣ, କଞ୍ଚା ଲଙ୍କା ପାଣି ମିଶାଇ ବାଟି ନିଅନ୍ତୁ । ଚାଉଳକୁ ଧୋଇ ପାଣିରେ ବତୁରାଇ ଦିଅନ୍ତୁ । ଚାଉଳ କିଛି ସମୟ ବତୁରିବା ପରେ ଏହାକୁ ଛାଣି ରଖନ୍ତୁ । ଏହାପରେ ଘିଅ ଗରମ କରନ୍ତୁ । ଘିଅ ଗରମ ହେବା ପରେ ଏଥିରେ ଖଣ୍ଡ ଗରମ ମସଲା ପକାନ୍ତୁ । କିଛି ସମୟ ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ । ଏହାପରେ ଏଥିରେ ସମସ୍ତ ଗୁଣ୍ଡ ମସଲା ପକାନ୍ତୁ । ଅଳ୍ପ ସମୟରେ ଏଥିରେ କଟା ହୋଇ ରହିଥିବା ପରିବା ପକାଇ ଭାଜନ୍ତୁ । ଏହାପରେ ଏଥିରେ ଲେମ୍ବୁ ରସ, ତେଜପତ୍ର, ଲୁଣ ଓ ଚାଉଳ ପକାଇ ଭାଜନ୍ତୁ । ପରେ ଗରମ ମସଲା ଓ ଗ୍ରିନ୍ ଚଟଣି ପକାନ୍ତୁ । ଏହାପରେ ପ୍ୟାନ୍କୁ ଘୋଡାଇ କିଛି ସମୟ ପାଇଁ ଭାଜନ୍ତୁ । ଏହାକୁ ପ୍ରାୟ ୨୦ରୁ ୨୫ ମିନିଟ୍ ଲାଗିବ ପ୍ରସ୍ତୁତ ହେବା ପାଇଁ । ପରେ ଗ୍ୟାସ ବନ୍ଦ କରିିଅନ୍ତୁ । ପ୍ରସ୍ତୁତ ହୋଇଗଲା ହରିଆଲି ପଲଉ ।

Comments are closed.