ହରିଶୟନ ଏକାଦଶୀ ଓ ଚୁଡ଼lଘଷା ଭୋଗ

ଆଜି ହେଉଛି ଆଷାଢ଼ ଶୁକ୍ଳ ଏକାଦଶୀ ତିଥି I ଏହାକୁ ପବିତ୍ର ବଡ଼ ଏକାଦଶୀ ବା ହରିଶୟନ ଏକାଦଶୀ ବୋଲି କୁହାଯାଇଥାଏ I ଏହି ଏକାଦଶୀ ତିଥିରେ ରଥାରୁଢ଼ ଚତୁର୍ଦ୍ଧା ମୂର୍ତି ସୁନାବେଶ ଏହାରଣ କରିଥାନ୍ତି I ଏହି ଅବସରରେ ରଥାରୂଢ଼ ଠାକୁରମାନଙ୍କୁ ଚୁଡ଼ାଘଷା ଭୋଗ ଅର୍ପଣ କରାଯାଇଥାଏ । ଚୁଡ଼ାଘଷା ପ୍ରସ୍ତୁତ ପରେ ଅରୁଣସ୍ତମ୍ଭ ନିକଟରେ ସେବକମାନେ ଚୁଡ଼ାଘଷା, ନଡ଼ିଆ, ଫଳମୂଳ ସବୁ ଭୋଗ ଲଗାହୁଏ । ଏହି ପରମ୍ପରା ଅତି ପୁରୁଣା । ସହରୀବାସିନ୍ଦା ଓ ପଞ୍ଚକୋଶୀ ଯାତ୍ରୀମାନେ ମୁଖ୍ୟତଃ ଏହି ପରମ୍ପରା ପାଳି ଆସୁଛନ୍ତି । ଗାଁ ଗହଳିର ଭକ୍ତମାନେ ନିଜ ନିଜ ବାଡ଼ିରେ ହୋଇଥିବା ଫଳମୂଳ ଏହି ଦିନ ଠାକୁରଙ୍କୁ ଭେଟି ଦିଅନ୍ତି ।
କେହି କେହି ଘରେ ପ୍ରସ୍ତୁତ କରି ଆଣିଥିବାବେଳେ ଅନେକ ବଡ଼ଦାଣ୍ଡରେ ବସିଥିବା ଭାଇନାମାନଙ୍କ ହାତରେ ଚୁଡ଼ାଘଷା ଭୋଗ ପ୍ରସ୍ତୁତ କରାନ୍ତି । ଚୁଡ଼ାଗୁଣ୍ଡ, ନଡ଼ିଆ, ଚିନି ବା ଗୁଡ଼, କିସମିସ, ଗୋଲମରିଚ, ଅଳେଇଚ, ଘିଅ ଆଦି ମିଶାଇ ବାଉଁଶ ତାଟରେ ଭଲ କରି ଘଷି ଦିଆଯାଉଛି । ଏହାପରେ ତାଳପତ୍ର ଭୋଗେଇ ବା ପିତଳ ପାତ୍ରରେ ଠାକୁରଙ୍କୁ ଅର୍ପଣ କରାଯାଏ ।
ଆଷାଢ଼ ଶୁକ୍ଳ ପକ୍ଷ ଏକାଦଶୀକୁ ଦେବଶୟନ ଏକାଦଶୀ କୁହାଯାଏ । ଏହାକୁ ମଧ୍ୟ କେହି କେହି ‘ପଦ୍ମାନାଭା’ କହନ୍ତି । ଏହି ଦିନଠାରୁ ଚତୁର୍ମାସ୍ୟା ଆରମ୍ଭ ହୋଇଯାଇଥାଏ । ଏହି ଦିନଠାରୁ ଚାରିମାସ ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ କ୍ଷୀର – ସାଗରରେ ଶୟନ କରନ୍ତି ।
ପୁରାଣ ମତରେ ଭଗବାନ ବିଷ୍ଣୁ ଆଷାଢ଼ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରିମାସ ନିଦ୍ରା ଯାଆନ୍ତି । ସୂର୍ଯ୍ୟ କର୍କଟ ରାଶିରେ ଥିବାବେଳେ ଏହି ଶୟନ ଆରମ୍ଭ ହୋଇ ସୂର୍ଯ୍ୟ ତୁଳା ରାଶିରେ ଥିବାବେଳେ ଶୟନ ଶେଷ ହୁଏ । ଯେଉଁମାନେ ଚତୁର୍ମାସ୍ୟା ବ୍ରତ କରନ୍ତି ସେମାନେ ହରିଶୟନୀ ଏକାଦଶୀ ଦିନ ସଂକଳ୍ପ କରନ୍ତି । ତେଣୁ ଏକାଦଶୀ ଦିନ ଉପବାସ କରି ବିଷ୍ଣୁଙ୍କ ସୁନା, ରୂପା, ପିତ୍ତଳ ବା ତମ୍ବା ମୂର୍ତ୍ତି କରି ଷୋଡ଼ଶୋପଚାରରେ ପୂଜା କରିବା ଉଚିତ । ଭଗବାନଙ୍କୁ ପୀତାମ୍ବର ବସ୍ତ୍ର ପରିଧାନ କରାଇବା ସହ ବିଭିନ୍ନ ଅଳଙ୍କାର ବିଭୂଷିତ କରିବା ଆବଶ୍ୟକ । ଏହାପରେ ଧଳା ଗଦି ଓ ତକିଆ ଥିବା ପଲଙ୍କରେ ପ୍ରଭୁଙ୍କ ଶୟନ କରାଇବା ଉଚିତ । ଏହି ଚାରିମାସ ତପସ୍ୱୀମାନେ ଭ୍ରମଣ ନକରି ଗୋଟିଏ ସ୍ଥାନରେ ବସି ତପସ୍ୟା କରିଥାନ୍ତି । ଏହ ବ୍ରତ ନିଷ୍ଠାର ସହ ପାଳନ କଲେ ସମସ୍ତ ମନୋକାମନା ପୂରଣ ହୋଇଥାଏ । ଏହି ବ୍ରତ ପାଳନ କଲେ ତ୍ରିଦେବଙ୍କ ଆଶୀର୍ବାଦ ମିଳିଥାଏ ।
ବିଷ୍ଣୁ ପ୍ରତ୍ୟକ୍ଷ ରୂପରେ ମଙ୍ଗଳ କରନ୍ତି । ସକଳ ପାପରୁ ମୁକ୍ତି ମିଳେ । କାମନା ପୂରଣ ହୁଏ । ଦେହାନ୍ତେ ସ୍ୱର୍ଗଲୋକରେ ସ୍ଥାନ ମିଳେ । ଭଗବାନ ବିଷ୍ଣୁ ବିପ୍ର ବାମନ ରୂପ ଧାରଣ କରି ମର୍ତ୍ତ୍ୟରେ ଅବତରଣ କରିଥାନ୍ତି ।
ସେତେବେଳେ ଦାନବ ବଳୀ ଯଜ୍ଞ, ତପ କରି ସକଳ ଦେବଦେବୀଙ୍କୁ ନିଜ ବଶରେ ରଖିଥାଏ । ସ୍ୱର୍ଗ, ମର୍ତ୍ତ୍ୟ ଓ ପାତାଳ ବଳୀର ଅତ୍ୟାଚାରରେ ଅତିଷ୍ଠ ହୋଇ ଯାଇଥିଲେ । ତେଣୁ ଏହି ତିନିଭୂବନର ସୁରକ୍ଷା ପାଇଁ ଭଗବାନ ବିଷ୍ଣୁଙ୍କୁ ବାମନ ରୂପ ଧାରଣ କରିବାକୁ ପଡ଼ିଥିଲା । ଯାହାଙ୍କର ପାଦ ହେଲା ଭୁଲୋକ, ଜାନୁ ଭୁବଲୋକ, କଟି ସ୍ୱର୍ଗଲୋକ, ଉଦର ମର୍ତ୍ତ୍ୟଲୋକ, ହୃଦୟ ଜନଲୋକ, କଣw ତପଲୋକ, ମୁଖ ସତ୍ୟଲୋକ, ମୁଖ ସତ୍ୟଲୋକ ଏବଂ ମସ୍ତକ ହେଲା ଉଦ୍ଧ୍ୱର୍ ଲୋକ । ଦେବୀଦେବୀଙ୍କ ଆକୁଳ ନିବେଦନ ଶୁଣି ବାମନରୂପୀ ବିଷ୍ଣୁ ଦାନବୀର ବଳୀଙ୍କୁ ତିନିପାଦ ଭୂମି ଦକ୍ଷିଣା ମାଗିଥିଲେ । ଏକ ଏକ ପାଦ କ୍ରମାନ୍ୱୟରେ ଭୂମି ଦକ୍ଷିଣା ମାଗିଥିଲେ ।
ଏକପାଦ ଭୂମି ମର୍ତ୍ତ୍ୟ, ଦ୍ୱିତୀୟ ପାଦ ସ୍ୱର୍ଗକୁ ବ୍ୟାପୀଯିବାରୁ ତୃତୀୟ ପାଦ ବଳୀର ଶିରରେ ରଖି ଭଗବାନ ବିଷ୍ଣୁ ବଳୀକୁ ପାତାଳପୁରକୁ ପଠାଇ ଦେଇଥିଲେ । ବଳୀ ପାତାଳପୁରରେ ରହି ‘ରକ୍ଷାକର, ରକ୍ଷାକର’ ଚିତ୍କାର କରିବାରୁ କାମିକା ଏକାଦଶୀ କରିବାକୁ ଶୂନ୍ୟବାଣୀ ହେଲା । ଏହାପରେ ବଳୀ କାମିକା ଏକାଦଶୀ ଭକ୍ତି ଓ ନିଷ୍ଠାର ସହ ପାଳନ କରି ମୁକ୍ତି ପାଇ ବୈକୁଣ୍ଠ ବାସୀ ହୋଇଥିଲେ ।

Launching Ceremony of “AYUSHMAN BHARAT

Comments are closed.