ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ: ଜୁନ ୦୨: ବିଜେପିରେ ସାମିଲ ହେଲେ ହାର୍ଦ୍ଦିକ ପଟେଲ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ନିକଟରେ କଂଗ୍ରେସ ଛାଡିଥିଲେ ଏହି ଯୁବନେତା । ପୂର୍ବରୁ ସେ ବିଜେପିରେ ସାମିଲେ ହେବା ନେଇ ଟ୍ୱିିଟ କରି ଜଣାଇଥିଲେ । ସେ କହିଥିଲେ ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ଆଗ୍ରହ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜିଠାରୁ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି । ଭାରତର ସଫଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ମୁଁ ଦେଶ ପାଇଁ ସେବା କରିବାର ଉତ୍ତମ କାର୍ଯ୍ୟରେ ମୁଁ ଜଣେ ଛୋଟ ସିପାହୀ ହୋଇ କାମ କରିବି । ଗତ ଦୁଇଦିନ ତଳେ ସେ ଜୁନ ୨ ଅର୍ଥାତ ଆଜି ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଥିଲେ । କଂଗ୍ରେସକୁ ଟାର୍ଗେଟ କରି ହାର୍ଦ୍ଦିକ ପଟେଲ କହିଥିଲେ ଯେ ଦଳର ରାଜନୀତି କେବଳ ବିରୋଧ କରିବାକୁ ସୀମିତ ରହିଛି ।

Comments are closed.