କୋରାପୁଟ : ହାର୍ଡକୋର୍ ମାଓବାଦୀ କୁଞ୍ଜମ ହିଡ୍ମା ଗିରଫ । ପାଟ୍ରୋଲିଂ ବେଳେ ବୈପାରିଗୁଡ଼ା ଥାନା ପେଟଗୁଡ଼ା ଜଙ୍ଗଲରୁ କୁଞ୍ଜମକୁ ଧରିଛି ପୋଲିସ । କୁଞ୍ଜମ ପାଖରୁ ଏକେ-୪୭ ସମେତ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । କୁଞ୍ଜମ ହିଡମା ନାଁରେ ୭ଟି ବଡ଼ ହିଂସାକାଣ୍ଡ ମାମଲା ରହିଛି । ଏହାବାଦ କୋରାପୁଟ ଓ ମାଲକାନଗିରର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ହିଡମା ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ସେହିପରି ସୁରକ୍ଷାକର୍ମୀ ଓ ମାଓବାଦୀମାନଙ୍କ ଗୁଳିବିନିମୟ ସମୟରେ ମଧ୍ୟ ତା’ର ସମ୍ପୃକ୍ତି ରହିଥିଲା ।

Comments are closed.