ବର୍ଥ ଡ଼େ ଗାର୍ଲ ବିଦ୍ୟାଙ୍କ ଡ଼ବଲ ଖୁସି

  • ସମୟ ଲାଇଭ୍‍,୧/୧: ବଲିଉଡ଼ ଅଭିନେତ୍ରୀ ବିଦ୍ୟାବାଲାନଙ୍କ ପାଇଁ ଡ଼ବଲ ଖୁସିର ଦିନ। ଗୋଟିଏ ପଟେ ଆଜି ନୂଆ ବର୍ଷର ଉତ୍ସବ ହୋଇଥିବାବେଳେ ସେ ଆଜି ତାଙ୍କର ଜନ୍ମ ଦିନ ଉତ୍ସବ ମଧ୍ୟ ପାଳନ କରୁଛନ୍ତି। ୧୯୭୯ରେ ଜାନୁଆରୀ ୧ ତାରିଖରେ ଜନ୍ମିତ ବିଦ୍ୟା ଆଜି ୪୧ ବର୍ଷ ବୟସରେ ପାଦ ଦେଇଛନ୍ତି। ଅନେକ ମନୋରଞ୍ଜନଧର୍ମୀ ଚଳଚ୍ଚିତ୍ର ଦର୍ଶକଙ୍କୁ ଭେଟି ଦେଇଥିବା ବିଦ୍ୟା ୨୦୧୨ ମସିହାରେ ଫିଲ୍ମ ପ୍ରଯୋଜକ ଆଦିତ୍ୟ ରାୟ କପୁରଙ୍କୁ ବିବାହ କରିଥିଲେ।

    ମାଧୁରୀ ଦିକ୍ଷୀତଙ୍କ ଠାରୁ ପ୍ରେରିତ ବିଦ୍ୟା ଖୁବ୍‍ କମ୍‍ ବୟସରୁ ଅଭିନୟ ଜଗତକୁ ଆସିବାକୁ ଚାହୁଁଥିଲେ। ତେବେ ଅଭିନୟ ଜଗତକୁ ଆସିବା ପରେ ସେ ପଛକୁ ଫେରି ଚାହିଁ ନାହାଁନ୍ତି। ଗୋଟିଏ ଗୋଟିଏ ପରେ ଗୋଟିଏ ହିଟ୍‍ ଫିଲ୍ମରେ ଅଭିନୟ କରି ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଡ଼ ଚଢ଼ିବାରେ ଲାଗିଛନ୍ତି।

    ଫିଲ୍ମ ‘ଡ଼ାର୍ଟି ପିକ୍‍ଚର’କୁ ନେଇ ବେଶ୍‍ ଚର୍ଚ୍ଚାରେ ଥିବା ବିଦ୍ୟା ‘ଭୁଲ୍‍ ଭୁଲେୟାଁ’, ‘ହେ ବେବି’, ‘କାହାନୀ’, ‘ତୁମ†ାରୀ ସୁଲୁ’, ମିଶନ ମଙ୍ଗଲ’, ‘ହମାରୀ ଅଧୁରୀ କାହାନୀ’, ‘ପରିଣିତା’, ‘ଇସ୍କିୟାଁ’, ‘ବବି ଯାସୁସ୍‍’, ‘ପା’ ଭଳି ଅନେକ ଚଳଚ୍ଚିତ୍ରରେ ବଲିଉଡ଼ର ଅଧିକାଂଶ ଆଗଧାଡ଼ିର ନାୟକଙ୍କ ସହ ପରଦାରେ ନଜର ଆସିଛନ୍ତି।

Launching Ceremony of “AYUSHMAN BHARAT

Comments are closed.