ହାପି ବର୍ଥ ଡ଼େ ଗୁଗଲ

ନୂଆଦିଲ୍ଲୀ : ଆଜି ୨୭ ବର୍ଷରେ ପାଦ ଥାପିଛି ଦୁନିଆର ସବୁଠାରୁ ବଡ଼ ସର୍ଚ୍ଚ ଇଞ୍ଜିନ ଗୁଗଲ । ସହଜ ଭାଷାରେ ଏହାକୁ ହ୍ବାଟ ନଟ ଷ୍ଟୋର ଅର୍ଥାତ ଯାହା ଖୋଜିବ ତାହା ପାଇବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଟେକ୍ନୋଲୋଜିର ପ୍ରକୃତ ଅର୍ଥକୁ ସାର୍ଥକ କରିଛି ଗୁଗଲ । ଯେକୌଣସି ପ୍ରଶ୍ନର ଗୋଟିଏ ଉତ୍ତର ଜଷ୍ଟ ଗୁଗଲ ଇଟ୍। କାଲିଫର୍ଣ୍ଣିଆର ଏକ ଛୋଟ ଜାଗାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ କିଭଳି ଆଜି ଟେକ୍ନୋଲୋଜିର ସବୁଠୁ ଶକ୍ତିଶାଳୀ ଟୁଲ୍ ହୋଇପାରିଛି ତାହା ଏହି ଖାସ୍ ଡୁଡଲ୍‌ରେ ପ୍ରଦର୍ଶନ କରାଯାଇଛି।

ଏକ ଛୋଟ ଗ୍ୟାରେଜ୍‌ରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ପାଲଟିଛି। ସେପ୍ଟେମ୍ଵର ୨୭ରେ ଗୁଗଲକୁ ୨୭ ବର୍ଷ ଛୁଇଁଛି। ଏହି ଅବସରରେ ଗୁଗଲ ରଙ୍ଗ ବେରଙ୍ଗର ଡୁଡଲ୍ ସେୟାର କରିଛି ।

ଗୁଗଲ ର ଜନ୍ମଦିନକୁ ନେଇ ସାମାନ୍ୟ ଦ୍ଵନ୍ଦ ରହିଛି । ରେଜିଷ୍ଟ୍ରେସନ ହିସାବରେ ଗୁଗଲର ଜନ୍ମଦିନ ସେପ୍ଟେମ୍ଵର ୪ । ତେବେ ୱେବସାଇଟ୍ ଗୋଟିଏ ବର୍ଷ ପୂର୍ବରୁ, ୧୫ ସେପ୍ଟେମ୍ବର ୧୯୯୭ରେ ଆମେରିକୀୟ କମ୍ପ୍ୟୁଟର ବୈଜ୍ଞାନିକ ଲୈରୀ ପେଜ୍ ଏବଂ ସେର୍ଗେ ବ୍ରିନ୍ ଦ୍ୱାରା ଲଞ୍ଚ କରାଯାଇଥିଲା । ଏହି ସମୟରେ ସେମାନେ କାଲିଫର୍ନିଆର ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟରେ ପିଏଚଡି ଛାତ୍ର ଥିଲେ।

ଗୁଗଲର କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କମ୍ ନୁହେଁ। ଏହି କାହାଣୀ ଆରମ୍ଭ ହେଉଛି ୧୯୯୮ରେ ଷ୍ଟେନଫୋର୍ଡ ୟୁନିଭରସିଟିର ଦୁଇ ଜଣ ଛାତ୍ର ଲୈରୀ ପେଜ ଓ ସର୍ଗେଈ ବ୍ରିନଙ୍କ ଠାରୁ। ଲୈରୀ ଓ ସେର୍ଗେ ମେନଲୋ ପାର୍କର ଏକ ଗ୍ୟାରେଜରୁ ଗୁଗଲର ଆରମ୍ଭ କରିଥିଲେ। ଏହାର ମୂଳ ଲକ୍ଷ୍ୟ ଥିଲା ସାରା ଦୁନିଆର ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ସମସ୍ତଙ୍କ ପାଇଁ ବ୍ୟବସ୍ଥିତ ଓ ସୁଲଭ କରିବା । ଯାହାକି ସଫଳ ହୋଇଛି।

୨୦୨୫ରେ ଗୁଗଲ କେବଳ ଗୋଟିଏ ସର୍ଚ୍ଚ ଇଞ୍ଜିନ୍‌ରେ ସୀମିତ ନାହିଁ, ଏହା ଏକ ବିଶାଳ ସାମ୍ରାଜ୍ୟ ତିଆରି କରିଛି। ଜି-ମେଲ, ୟୁଟ୍ୟୁବ, ଗୁଗଲ ମ୍ୟାପ୍, ଆଣ୍ଡ୍ରଏଡ୍ ଓ ଗୁଗଲ ଏଆଇ ଭଳି ସର୍ଭିସ୍ ଦେଉଛି। ସବୁଠୁ ବଡ଼ କଥା ହେଲା ଏହା ଲୋକମାନଙ୍କ ଦିନଚର୍ଯ୍ୟାର ଏକ ଗୁରୁତ୍ଵପୂର୍ଣ୍ଣ ଅଂଶ ପାଲଟିଛି।

ସବୁ ଖାସ୍ ଦିନମାନଙ୍କରେ ଗୁଗଲ ତାହାର ସ୍ଵତନ୍ତ୍ର ଡୁଡଲ ତିଆରି କରେ। ଏଥର ୨୭ତମ ଜନ୍ମଦିନ ଅବସରରେ ଗୁଗଲ ଏକ ସ୍ଵତନ୍ତ୍ର ଡୁଡଲ ତିଆରି କରିଛି। ଏଥିରେ ଗୁଗଲର ପ୍ରଥମ ଲୋଗୋ ରହିଛି। ଯାହାକି ୯୦ ଦଶକର ସ୍ମୃତିକୁ ତାଜା କରୁଛି।

ଲୈରି ପେଜ ଓ ସର୍ଗେଈ ବ୍ରିନ ଗୁଗଲର ପ୍ରତିଷ୍ଠାତା ଥିଲେ ହେଲେ ଏହା ଏବେ Alphabet Inc. ର ସହକାରୀ କମ୍ପାନୀ। ଆଲଫାବେଟ୍ ଓ ଗୁଗଲର କମାଣ ଏବେ ସୁନ୍ଦର ପିଚାଇଙ୍କ ହାତରେ ଅଛି।

Launching Ceremony of “AYUSHMAN BHARAT

Comments are closed.