ବିଧାୟକ ରବି ରାଣା ଓ ପତ୍ନୀ ସାଂସଦ ନବନୀତଙ୍କ ହନୁମାନ ଚାଳିଶା ପଢ଼ିବା ଧମକ: ମୁଖ୍ୟମନ୍ତ୍ରୀ ଠାକରେଙ୍କ ଘର ଆଗରେ ବଢ଼ିଲା ସୁରକ୍ଷା
ମୁମ୍ବାଇ: ଏପ୍ରିଲ ୨୩: ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ବିଧାୟକ ରବି ରାଣା ଏବଂ ତାଙ୍କ ପତ୍ନୀ ଅଭିନେତ୍ରୀ ତଥା ସାଂସଦ ନବନୀତ ରାଣା ହନୁମାନ ଚାଳିଶା ପଢ଼ିବା ଧମକ ଦେବା ପରେ ଆଜି ମୁଖ୍ୟମନ୍ତ୍ରୀଙ୍କ ‘ମାତୋଶ୍ରୀ’ ବାସଭବନ ସମ୍ମୁଖରେ ସୁରକ୍ଷା ବଢ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ ଘର ଆଗରେ ହନୁମାନ ଚାଳିଶା ପାଠ କରିବେ ବୋଲି ଗତ ସପ୍ତାହରେ ମହାରାଷ୍ଟ୍ରର ଏହି ଦୁଇ ଲୋପ୍ରିୟ ନେତା ଧମକ ଦେଇଥିଲେ ।

ଏନେଇ ରାଣା କହିଥିଲେ, ଯେଉଁ ହିନ୍ଦୁତ୍ୱ ଆଦର୍ଶବାଦ ଆଧାରରେ ଭୋଟ୍ ଭିକ୍ଷା କରି ତାଙ୍କ ଦଳ ପାଇଁ ଆସନ ହାସଲ କରିଥିଲେ ଉଦ୍ଧବ ସାହେବ ତାହାକୁ ଭୁଲି ଯାଇଛନ୍ତି । ସେ ବାଲା ସାହେବଙ୍କ ବାଣୀ ଭୁଲି ଯାଇଛନ୍ତି । ଏଣୁ ବାଲା ସାହେବଙ୍କ ବାଣୀ ସ୍ମରଣ କରାଇ ଦେବା ଲାଗି ଶନିବାର ପୂର୍ବାହ୍ନ ୯ଟା ବେଳେ ଆମେ ‘ମାତୋଶ୍ରୀ’ ବାହାରେ ହନୁମାନ ଚାଳିଶା ପାଠ କରିବୁ । ଆମେ ଶନ୍ତିଶୃଙ୍ଖଳା ସହିତ ସେଠାକୁ ଯିବୁ ଏବଂ ମୁମ୍ବାଇବାସୀଙ୍କର କୌଣସି ଅସୁବିଧା କରିବୁ ନାହିଁ ।
ଏଣୁ ରାଣାଙ୍କ କଥାକୁ ନଜରରେ ରଖି, ଆଜି ସକାଳୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଲାଗି ବାସଭବନ ବାହାରେ ପୋଲିସ କର୍ମଚାରୀଙ୍କୁ ମୁତୟନ କର ।ଯାଇଛି । ଅନ୍ୟପକ୍ଷରେ, ଶିବସେନା କର୍ମୀମାନେ ବିଧାୟକ ରବି ରାଣା ଏବଂ ତାଙ୍କ ପତ୍ନୀ ସାଂସଦ ନବନୀତଙ୍କ ଘର ବାହାରେ ପ୍ରତିବାଦ ଆରମ୍ଭ କରିଛନ୍ତି । ପୋଲିସ ସେମାନଙ୍କୁ ବାହାରକୁ ଛାଡୁ ନ ଥିବା କଥା ଦୁହେଁ ଅଭିଯୋଗ କରିବା ସହିତ ଏନେଇ ଏକ ଭିଡିଓ ରବି ରାଣାଙ୍କ ଫେସ୍ବୁକରେ ସେୟାର କରିଛନ୍ତି ।

Comments are closed.