ବର୍ତ୍ତମାନ ପାର୍ବଣ ସମୟରେ ସମସ୍ତେ ସୁନ୍ଦର ଦେଖାଯିବାକୁ ପ୍ରୟାସ କରୁଛନ୍ତି । ଜଣେ ମହିଳାର ସୌନ୍ଦର୍ଯ୍ୟରେ କେଶର ଭୂମିକା ଢେର ବେଶି । ତେବେ ଏହି ପାର୍ବଣରେ ଯଦି କେଶକୁ ଏକ ନୂଆ ଲୁକ ଦେବାକୁ ଚାହୁଁଛନ୍ତି, ତେବେ ଆପଣାନ୍ତୁ କିଛିଟା ଟି« । ଆଜିକାଲି କେଶକୁ ସଜାଇବାକୁ ବଜାରରେ ବିଭିନ୍ନ ପ୍ରକାରର ଜୁଏଲାରୀ ମିଳୁଛି । ଯାହା କେଶକୁ ସୁନ୍ଦର କରିବା ସହିତ ଆପଣଙ୍କୁ ଏକ କ୍ଲାସି ଲୁକ୍ ମଧ୍ୟ ଦେଇଥାଏ ।

ବଜାରରେ ବିଭିନ୍ନ ଆକାର ସହ ଡିଜାଇନ୍ର ହେୟାର ଜୁଏଲାରୀ ମିଳୁଛି । ଯାହା ଆପଣଙ୍କୁ ଏକ ହଟକେ ଲୁକ୍ ଦେବାରେ ସକ୍ଷମ ହେବ । ଯଦି ଆପଣ କେଶ ଖୋଲା ଛାଡିବାକୁ ଚାହୁଁଛନ୍ତି ତେବେ ହେଭି ହେୟାର ଜୁଏଲାରୀ ବ୍ୟବହାର କରନ୍ତୁ । ଏହା ଖୋଲା କେଶକୁ ବେଶ୍ ମାନିବ ।

ଏହା ଷ୍ଟାଇଲିସ୍ ଲୁକ୍ ଦେବା ସହିତ କେଶରେ ଲଗାଇବା ମଧ୍ୟ ସହଜ ହୋଇଥାଏ । ତେବେ ସମୟ ନଥିଲେ ସାଧାରଣ ବେଣି କରି ଏଥିରେ ମଧ୍ୟ ଜୁଏଲାରୀ ପିନ୍ଧି ପାରିବେ । ଏହା ଏକ ସିମ୍ପୁଲ୍ ଲୁକ ଦେବା ସହିତ କ୍ଲାସି ମଧ୍ୟ ଲାଗିବ ।

କେବଳ ଯେ ଭାରତୀୟ ପୋଷାକରେ ହେୟାର ଜୁଏଲାରୀ ପିନ୍ଧିବେ ତାହା ନୁହେଁ, ଆଜିକାଲି ପ୍ରାୟ ସମସ୍ତ ଷ୍ଟାଇଲ୍ର ଡ୍ରେସ୍ ପାଇଁ ହେୟାର ଜୁଏଲାରୀ ମିଳୁଛି ।

Comments are closed.