ଗୁରୁ ପୂର୍ଣ୍ଣିମା

ଗୁରୁପୂଜା ପରମ୍ପରା ମୁଖ୍ୟତଃ ଗୁରୁଙ୍କ ପୂଜା କରିବା ଓ ଭକ୍ତି ପ୍ରଦାନ ଦିଗରେ ଉତ୍ସର୍ଗୀକୃତ । ଏହି ସଂସ୍କୃତ ଶବ୍ଦ ଗୁରୁ ଶବ୍ଦଟିର ଦୁଇଟି ଅକ୍ଷରର ଅର୍ଥ ବିଶେଷ ଗୁରୁତ୍ୱ ବହନ କରିଥାଏ । “ଗୁ’ର ଅର୍ଥ ଅଜ୍ଞାନ ବା ଅନ୍ଧକାର ଆଉ “ରୁ’ ଅର୍ଥ ଲିଭେଇବା ବା ଦୂରେଇ ବା । ଅର୍ଥାତ୍‌ ଅଜ୍ଞାନ ଅନ୍ଧକାରକୁ ଯିଏ ଦୂରେଇ ଦିଅନ୍ତି ସେ ଗୁରୁ ପଦବାଚ୍ୟ । ଗୁରୁ ପୂର୍ଣ୍ଣିମା ବା ବ୍ୟସା ପୂର୍ଣ୍ଣିମା ଆଷାଢ଼ ମାସ ପୂର୍ଣ୍ଣିମାରେ ପାଳିତ ହୋଇଥାଏ । ମୁଖ୍ୟତଃ ହିନ୍ଦୁ, ବୌଦ୍ଧ ଓ ଜୈନ ଧର୍ମାବଲମ୍ବୀମାନେ ଏହି ପର୍ବଟିକୁ ମହା ଆଡ଼ମ୍ବରରେ ପାଳନ କରିଥାନ୍ତି । ଭାରତ ବ୍ୟତୀତ ନେପାଳରେ ମଧ୍ୟ ଏହି ପର୍ବଟିର ପାଳନ ପରମ୍ପରା ରହିଛି । ବୌଦ୍ଧ ଧର୍ମାବଲମ୍ବୀମାନେ ଗୌତମ ବୁଦ୍ଧଙ୍କ ପାଇଁ ଏହି ପର୍ବ ପାଳନ କରିଥାନ୍ତି । ଯୋଗୀ ପରମ୍ପରା ଅନୁଯାୟୀ ଭଗବାନ ଶିବ ହେଉଛନ୍ତି ପ୍ରଥମ ଗୁରୁ । ତେଣୁ ଯୋଗୀମାନେ ଶିବଙ୍କୁ ଆଦିଗୁରୁ ଭାବେ ପୂଜା କରିଥାନ୍ତି , କିନ୍ତୁ ହିନ୍ଦୁ ଋଷି, ସାଧୁ, ସନ‘ମାନେ ବ୍ୟାସଦେବଙ୍କୁ ଗୁରୁ ଭାବରେ ପୂଜା କରିଥାନ୍ତି ।
ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମହାଭାରତ ରଚୟିତା ବ୍ୟାସଦେବ ଋଷି ପରାଶର ଏବଂ ଧୀବର କନ୍ୟା ସତ୍ୟବତୀଙ୍କ ଗର୍ଭରୁ ଆଷାଢ଼ ପୂର୍ଣ୍ଣିିମା ତିଥିରେ ଜନ୍ମ ଗ୍ରହଣ କରିଥିଲେ, ତେଣୁ ଏହି ଦିନଟିକୁ ବ୍ୟାସ ପୂର୍ଣ୍ଣିମା ଭାବେ ମଧ୍ୟ ପାଳନ କରାଯାଏ । ବେଦବ୍ୟାସ ଜଣେ ବିଜ୍ଞ ଋଷି ଥିଲେ, ସେ ମାନବ ସମାଜ ପାଇଁ ବିଭିନ୍ନ ପ୍ରକାର ଉପଯୋଗୀ ଶାସ୍ତ୍ର ରଚନା କରିଥିଲେ । ପୌରାଣିକ କିମ୍ବଦନ୍ତୀ ଅନୁଯାୟୀ ଭଗବାନ ଶିବଙ୍କୁ ଆଦିଗୁରୁ ଭାବେ ସ୍ୱୀକାର କରାଯାଇଛି । ପ୍ରାଚୀନ ମହାଭାରତରେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ ତାଙ୍କ ଶିଷ୍ୟ ଏକଲବ୍ୟଙ୍କ ବିଷୟରେ ବର୍ଣ୍ଣନା ରହିଛି । ଗୌତ୍ତମ ବୁଦ୍ଧ ଆଷାଢ଼ ମାସର ପୂର୍ଣ୍ଣମୀ ତିଥିରେ ତାଙ୍କର ଭିକ୍ଷୁମାନଙ୍କୁ ପାଞ୍ଚୋଟି ଧର୍ମ ଉପଦେଶ ଦେଇଥିଲେ । ଏହିଦିନ ଆଶ୍ରମ, ମଠ ଓ ବିଭିନ୍ନ ଭକ୍ତିି ବାତାବରଣ ସ୍ଥାନମାନଙ୍କରେ ପୂଜା ଓ କୀର୍ତ୍ତନ କରାଯାଏ । ଗୁରୁମାନଙ୍କ ସମ୍ମାନ ଉଦ୍ଦେଶ୍ୟରେ ଏହି ପରମ୍ପରାଟି ଉତ୍ସର୍ଗୀକୃତ ।
ଡ଼ଃ.ଅରୁନ୍ଧତୀ ଦେବୀ
ଦୂରଭାଷ : ୯୯୩୭୧୭୨୮୧୦

Comments are closed.