ଧରା ପଡିଲେ ବହୁ ଚର୍ଚ୍ଚିତ ଗୁପ୍ତା ବ୍ରଦର୍ସ

ନୂଆଦିଲ୍ଲୀ: ଜୁନ ୦୭: ଦକ୍ଷିଣ ଆଫ୍ରିକାରୁ ଫେରାର ହୋଇଥିବା ଗୁପ୍ତା ବ୍ରଦର୍ସ ୟୁଏଇରୁ ଗିରଫ ହୋଇଛନ୍ତି । ଗୁପ୍ତା ବ୍ରଦର୍ସ ରାଜେଶ ଗୁପ୍ତା ଓ ଅତୁଲ ଗୁପ୍ତାଙ୍କ ବିରୋଧରେ ଦକ୍ଷଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଶାସନ କାଳରେ କୋଟି କୋଟି ଟଙ୍କା ହଡପ ନେଇ ଅଭିଯୋଗ ରହିଥିଲା । ତେବେ ଉଭୟଙ୍କୁ ଇଣ୍ଟରପୋଲ ସାହାଯ୍ୟରେ ଗିରଫ କରାଯାଇଛି । ଦକ୍ଷିଣ ଆଫ୍ରିକା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ଦକ୍ଷିଣ ଆଫ୍ରିକା ସରକାର କହିଛନ୍ତି ଯେ, ୟୁଏଇର ପ୍ରବର୍ତ୍ତନ ଅଧିକାରୀ ଗୁପ୍ତା ବ୍ରଦର୍ସଙ୍କୁ ଗିରଫ କରିଛନ୍ତି । ତେବେ ତୃତୀୟ ଭ୍ରାତା ଅଜୟ ଗୁପ୍ତା ଗିରଫ ହୋଇଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇପାରି ନାହିଁ । କୁହାଯାଏ ଯେ, ଗୁପ୍ତା ଭ୍ରାତାଙ୍କ ସହ ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କ ଭଲ ସମ୍ପର୍କ ଥିଲା । ତେବେ ଏହାର ଫାଇଦା ଉଠାଇଥିଲେ ସେମାନେ । ବରିଷ୍ଠ ଅଧିକାରୀ ସ୍ତରରେ ନିଯୁକ୍ତି ବେଳେ ସେଥିରେ ଟଙ୍କା କାରବାର ହେଉଥିବା ନେଇ ଗୁପ୍ତା ଭ୍ରାତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଇଣ୍ଟରପୋଲ୍‌ ପୂର୍ବରୁ ଗୁପ୍ତା ଭ୍ରାତାଙ୍କ ବିରୋଧରେ ନୋଟିସ ଜାରି କରାଯାଇଥିଲାା ତେବେ ବର୍ତ୍ତମାନ ସେମାନେ ଧରା ପଡିଥିବା କଥା କୁହାଯାଉଛି ଏବଂ ସରକାରୀ ସ୍ତରରୁ ସୂଚନା ମଧ୍ୟ ମିଳିଛି ।

Govt

Comments are closed.