ଗୁଜୁରାଟ: ହସ୍ପିଟାଲର ଆଲମାରିରେ ଝିଅ ଓ ବେଡ଼ ତଳୁ ମା’ଙ୍କ ମୃତ ଦେହ ଉଦ୍ଧାର

ଗୁଜୁରାଟ : ଗୁଜରାଟର ଅହମ୍ମଦାବାଦରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା I ଏକ ହସ୍ପିଟାଲ ଅପରେସନ ଥିଏଟର ଭିତରେ ମା’ଓ ଝିଅ ଙ୍କୁ କରାଯାଇଛି ଯୋଜନାବଦ୍ଧ ହତ୍ୟା I ହସ୍ପିଟାଲ ର ସିସିଟିଭି ବନ୍ଦ କରି ପ୍ରଥମେ ବିଷ ଦେଇ ପରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡିଛି I ଘଟଣା ଘଟିଛି ଗୁଜରାଟର ମଣିନଗର ଅନ୍ତର୍ଗତ ଭୁଲାଭାଇ ପାର୍କ ନିକଟରେ ଥିବା ଗୋଟିଏ ଇଏନଟି ହସ୍ପିଟାଲରେ I

ଘଟନାନୁସାରେ,ବୁଧବାର (ଡିସେମ୍ବର 21) ଇଏନଟି ହସ୍ପିଟାଲରେ ଦୁର୍ଗନ୍ଧ ଆସୁଥିଲା I ପରେ ଜଣେ ହସ୍ପିଟାଲ କର୍ମଚାରୀ ଯାଞ୍ଚ ପାଇଁ ପାଇପ୍ ଏବଂ ଭଲଭ୍ ଥିବା ଏକ ଆଲମାରୀ କ୍ୟାବିନେଟ୍ ଖୋଲିଥିଲେ। ଭିତରର ଦୃଶ୍ୟ ଦେଖି କର୍ମଚାରୀ ଜଣକ ସ୍ତବ୍ଧ ହୋଇ ଯାଇଥିଲେ I ଭିତରର ଦୃଶ୍ୟ ଥିଲା ଖୁବ ଭୟଙ୍କର , ଅପରେସନ ଥିଏଟର ଆଲମାରୀ ଭିତରେ ଥିଲା ଜଣେ ୩୦ ବର୍ଷ ମହିଳାଙ୍କ ମୃତଦେହ I ପରେ ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ଜଣାପଡିଥିଲା ​​ଯେ ସେ ଏକୁଟିଆ ଡାକ୍ତରଖାନାକୁ ଆସିନାହାଁନ୍ତି, ତାଙ୍କ ମା’ମଧ୍ୟ ତାଙ୍କ ସହିତ ଥିଲେ I ତେଣୁ ମହିଳାଙ୍କ ମା’ଙ୍କୁ ହସ୍ପିଟାଲରେ ଖୋଜା ଯାଇଥିଲା। ଏହି ସମୟରେ ସେହି ଅପରେସନ ଥିଏଟର ର ବେଡ୍‌ ତଳୁ ମା’ଙ୍କ ମୃତ ଦେହ ପଡିଥିବାର ଦେଖାଯାଇଥିଲା I ଏହା ଦେଖି ହସ୍ପିଟାଲ କର୍ମଚାରୀମାନେ ଭୟଭୀତ ହୋଇପଡିଥିଲେ I

ଏ ନେଇ ତୁରନ୍ତ ପୋଲିସକୁ ସୂଚନା ଦିଆଯାଇଥିଲା। ପରେ ଖବର ପାଇ ପୋଲିସ ହସ୍ପିଟାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କୁ ଚିହ୍ନଟ କରି କଗଡାପୀଠ ପୁଲିସ କହିଛି ଯେ ମୃତ ମହିଳାଙ୍କ ଜଣଙ୍କ ହେଲେ ୩୦ ବର୍ଷୀୟ ଭାରତୀ ବଲା ଓ ତାଙ୍କ ମା’ ଚମ୍ପା। ଉଭୟଙ୍କୁ ପ୍ରଥମେ ନିଶା ଦିଆଯାଇଥିଲା ଓ ଏହାପରେ ସେମାନଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଛି। ପୁଲିସ୍‌ ଏହି ଘଟଣାରେ ହସ୍ପିଟାଲର କମ୍ପାଉଣ୍ଡର ମନସୁଖଙ୍କୁ ଅଟକ ରଖିଛି। ତେବେ ମନସୁଖ ହେଉଛି ଝିଅ ଭାରତୀଙ୍କ ଶ୍ୱଶୁର ଘର ସମ୍ପର୍କୀୟ I ଭାରତୀ ବିଗତ କିଛି ଦିନ ପୂର୍ବରୁ ପାରିବାରିକ ଗଣ୍ଡଗୋଳ କାରଣରୁ ଶ୍ୱଶୁର ଘର ଛାଡି ନିଜ ମା’ଙ୍କ ସହିତ ରହୁଥିଲେ I ଏହି କାରଣରୁ ମନସୁଖ ଉଭୟଙ୍କୁ ହତ୍ୟା କରିଥାଇ ପାରେ ବୋଲି ପୋଲିସ ର ସନ୍ଦେହ ହେଉଛି I ଘଟଣା ସ୍ଥଳରୁ ପୋଲିସ ସିସିଟିଭି ଫୁଟେଜ ଯାଞ୍ଚ କରିବା ସହ,ମାମଲାର ତଦନ୍ତ ଚଳାଇଛି I

Comments are closed.