ଆସୁଛି ଗୁଜରାଟ ବିଧାନସଭା ନିର୍ବାଚନ: ଏଥର ଆସିପାରେ ଆପ୍‌ ସରକାର

ଅହମ୍ମଦାବାଦ: ଆଉ ମାତ୍ର ଦିନ କେଇଟା ପରେ ପଡିବ ଗୁଜରାଟ ବିଧାନସଭା ଭୋଟ୍‌ । ତେବେ ଏହାପୂର୍ବରୁ ବିଜେପି ଓ ଆମ୍‌ ଆଦମୀ ପାର୍ଟି ଜୋରସୋର୍‌ରେ ପ୍ରସ୍ତୁତି ଚଳାଇଛନ୍ତି । ଏହି ନିର୍ବାଚନକୁ ନେଇ ସାରା ଦେଶରେ ରାଜନୀତି ସରଗରମ ରହିଛି । ଏହା ପ୍ରଧାନମନ୍ତ୍ରୀଙ୍କ ରାଜ୍ୟ ହୋଇଥିବା ଏଠାରେ ପୁଣି ବିଜେପି ସରକାରକୁ ଫେରିବ ବୋଲି ଅନେକ କୁହାକୁହି ହେଉଛନ୍ତି । ସେପଟେ ଏହି ନିର୍ବାଚନକୁ ନେଇ କଂଗ୍ରେସ ବ୍ୟାକ୍‌ଫୁଟ୍‌ରେ ଥିବାବେଳେ ଦିଲ୍ଲୀ ଓ ପଞ୍ଜାବ ଦଖଲ କରିସାରିଥିବା ଆମ୍‌ ଆଦମୀ ପାର୍ଟିର ନଜର ଏଥର କି;ୁ ଗୁଜରାଟ ଉପରେ ରହିଛି ।

ଗୁଜରାଟ ଦଖଲ କରିବା ପାଇଁ ଚାଲିଛି କସରତ । ଉଭୟ ବିଜେପି ଓ ଆପ୍‌ କଳବଳ କୌଶଳ ଲଗାଇଛନ୍ତି । ହେଲେ ଆପ୍‌ ପକ୍ଷରୁ ଗୁଜରାଟ ନିର୍ବାଚନୀ ମଙ୍ଗ ଧରିଥିବା ଦିଲ୍ଳୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏଥର ଗୁଜରାଟରେ ଆପ୍‌ ସରକାର ଆସିବ ବୋଲି ଦମ୍ଭୋକ୍ତି ବାଢ଼ିଛନ୍ତି ।

କେଜ୍ରିୱାଲ ପଞ୍ଜାବ ନିର୍ବାଚନ ପୂର୍ବରୁ ଯେଉଁଭଳି ଭବିଷ୍ୟବାଣୀ କରିଥିଲେ ଠିକ୍‌ ସେହିଭଳି ଗୁଜରାଟର ପ୍ରଥମ ପର୍ଯ୍ୟାୟ ଭୋଟ ପୂର୍ବରୁ ଭବିଷ୍ୟବାଣୀ କରିଛନ୍ତି । ସେ ଆଜି ଗୁଜରାଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କାଗଜରେ ଲେଖି ଏଥର ଗୁଜରାଟରେ ଆମ୍‌ ଆଦମୀ ପାର୍ଟି ସରକାର ଗଠନ କରିବାକୁ ଯାଉଛି ବୋଲି ଦାବି କରିଛନ୍ତି ।

ଗଣମାଧ୍ୟମ ଆଗରେ କେଜ୍ରିୱାଲ ଏଭଳି ଲେଖିକି ଦେବା ସହ କହିଛନ୍ତି, ଦୀର୍ଘ ୨୭ ବର୍ଷ ପରେ ଗୁଜରାଟରେ ବିଜେପି ଅଣନିଶ୍ୱାସୀ ହୋଇଯାଇଛି । ଦୀର୍ଘ ୨୭ ବର୍ଷରୁ କୁଶାସନର ଏଥର ଗୁଜରାଟବାସୀ ମୁକ୍ତ ହେବାକୁ ଯାଉଛନ୍ତି । ଏଥିସହ ଦଳ କ୍ଷମତାକୁ ଆସିଲେ ପଞ୍ଜାବ ଭଳି ଏଠାରେ ପୁରୁଣା ପେନସନ ଯୋଜନା ଲାଗୁ କରାଯିବ । ଏହାସହ ରାଜ୍ୟରେ ଠିକା ନିଯୁକ୍ତି ଉଚ୍ଛେଦ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସମସ୍ତ ଦାବି ପୁରଣ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.