ବଲାଙ୍ଗିର : ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ବ୍ଳକ ବିଡ଼ିଓ ବିନୋଦ କୁମାର ନାଏକ ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ତଥ୍ୟ ନେବାରେ ଜଣାପଡ଼ିଛି ଯେ, ବିଡ଼ିଓ ଶ୍ରୀ ନାଏକ ଜନୈକ ଠିକାଦାର ଠାରୁ ପିସି ବାବଦରେ ୩୦ ହଜାର ପାଇବାର ଥିଲା । ପରବର୍ତ୍ତୀ ସମୟରେ ସମ୍ପୃକ୍ତ ଠିକାଦାର ବ୍ଳକର ଆଉ ଏକ କାମ ୩୦ ଲକ୍ଷ ଟଙ୍କାର ହାତେଇଥିଲେ । ଫଳରେ ଏହାର ୫ ପ୍ରତିଶତ ପିସି ବାବଦକୁ ୧ ଲକ୍ଷ ୫୦ ହଜାର ହେଉଥିଲା । ୧ ଲକ୍ଷ ୫୦ ହଜାର ଓ ପୂର୍ବର ୩୦ ହଜାର ଟଙ୍କା ସୋମବାର ନେଉଥିବା ବେଳେ ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ ମାଡ଼ି ବସିଥିଲା । ଏନେଇ ଭିଜିଲାନ୍ସ ପକ୍ଷରୁ ୩୧/୨୦୨୨ରେ ମାମଲା ରୁଜୁ ହୋଇଛି । ବିନୋଦଙ୍କ ଘର ସମେତ ୩ ଟି ସ୍କାନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଚାଳିଥିବା ଜଣାପଡ଼ିଛି ।

Comments are closed.