ଭୁବନେଶ୍ୱର : ରାଜଧାନୀର ଜଣାଶୁଣା ବାଣିକ୍ କୋଚିଂ ସେଣ୍ଟର ଉପରେ ହୋଇଛି ଜିଏସଟି ରେଡ୍ । ଡାଇରେକ୍ଟୋରେଟ୍ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି ।
ଭୁବନେଶ୍ୱରରେ ଥିବା ଏହି ଇନଷ୍ଟିଚ୍ୟୁଟର ୨ଟି ସ୍ଥାନରେ ଚଢାଉ କରାଯାଉଥିବା ସୂଚନା ମିଳିଛି I ଏହି ଶିକ୍ଷାନୁଷ୍ଠାନ ଜିଏସଟି ଫାଙ୍କିଥିବା ନେଇ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ଗତ ୫ବର୍ଷ ମଧ୍ୟରେ ମ୍ୟାଟେରିଆଲ ଯୋଗାଣ ବାବଦରେ ୧୮ ପ୍ରତିଶତ ଟିକସ ଫାଙ୍କିଥିବା ନଜରକୁ ଆସିଛି । ଗତକାଲି ବଣିକ କୋଚିଂ ସେଣ୍ଟର ଉପରେ ଜିଏସଟିର ଦୁଇଟି ଟିମର ୩୦ଜଣ ଅଧିକାରୀ ବଣିକ ଉପରେ ଚଢଉ କରିଥିଲେ । ଚଢଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ବଣିକର ସିଏମଡି ସୁବ୍ରତ ଛାଟୋଇଙ୍କୁ ମଧ୍ୟ ଗତକାଲି ପଚରାଉଚରା କରାଯାଇଥିଲା। ତେବେ କୋଚିଂ ସେଣ୍ଟରର ସିଏମଡି ସୁବ୍ରତ ଛାଟୋଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏତେବଡ଼ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଥିବାରୁ ଏହା ପଛରେ ଇଣ୍ଟେଲିଜେନ୍ସ ହାତରେ କିଛି ବଡ଼ ତଥ୍ୟ ଲାଗିଥିବା ଅନୁମାନ କରାଯାଉଛି ।
ଏସ୍ଟି ଅତିରିକ୍ତ ମହାନିର୍ଦ୍ଦେଶକ ଦେବାଶିଷ ସାହୁ କହିଛନ୍ତି, ଏହି ମାମଲାରେ ତଦନ୍ତ ଚାଲିଛି। ଠକେଇ ସ୍ପଷ୍ଟ ହେବା ପରେ ସୂଚନା ଦିଆଯିବ।
ସୂଚନାନୁସାରେ ବାଣିକ୍ କୋଚିଂ ସେଣ୍ଟର ରାଜଧାନୀର ଏକ ଜଣାଶୁଣା କୋଚିଂ ସେଣ୍ଟର। ଏଠାରେ ଆଇଏଏସ୍, ଓଏଏସ୍ ଏବଂ ୟୁପିଏସ୍ସି ସହ ବିଭିନ୍ନ କଂପିଟିଟିଭ୍ ପରୀକ୍ଷା ଲାଗି କୋଚିଂ ଦିଆଯାଏ ବୋଲି ଜଣାପଡ଼ିଛି।

Comments are closed.