ନୟାଗଡ଼ ଜେଲରେ ଗୋଷ୍ଠୀ ସଂଘର୍ଷ,ଏକାଧିକ ଜେଲ କର୍ମଚାରୀ ଆହତ

0

ନୟାଗଡ଼ :ନୟାଗଡ ଜିଲ୍ଲା କାରାଗାରରେ ଦୁଇ ଗୋଷ୍ଠୀ କଏଦୀଙ୍କ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ଜେଲ୍ ଅଧିକ୍ଷକଙ୍କ ସହ ଜେଲ୍‌ କର୍ମଚାରୀ ଓ କଏଦୀ ଆହତ ହୋଇଥିବା ସୂଚନା ମିଳିଛି। କଏଦୀଙ୍କ ମଧ୍ୟରେ ସଂଘର୍ଷ ଅଟକାଇବାକୁ ଚେଷ୍ଟା କରିଥିଲେ ଜେଲ୍‌ ଅଧିକ୍ଷକ ଓ କର୍ମଚାରୀ । ପ୍ରାୟ ୫୦ ରୁ ଅଧିକ କଏଦୀ ଜେଲ ୱାର୍ଡ଼ରଙ୍କୁ ନିସ୍ତୁକ ପିଟିଥିଲେ । ସଂଘର୍ଷ ଅଟକାଇବା ସମୟରେ ଜେଲ୍‌ ଅଧିକ୍ଷକଙ୍କ ସହ ୪ ଓ୍ବାଡର୍‌ ଆହତ ହୋଇଛନ୍ତି । ସଂଘର୍ଷରେ ୫ଜଣ କଏଦୀ ମଧ୍ୟ ଆହତ ହୋଇଛନ୍ତି । ଘଟଣାକୁ ନେଇ ସଦର ଥାନାରେ ୩୫ ଜଣ କଏଦୀଙ୍କ ନାଁରେ ଏତଲା ଦିଆଯାଇଛି । ସଦର ଥାନା ପୁଲିସ୍‌ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।

ଅନ୍ୟପଟେ ବାରମ୍ବାର ଜେଲ ସୁରକ୍ଷାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ବିଶୃଙ୍ଖଳା ରୋକିବାକୁ ଜେଲ ବିଭାଗକୁ ନିର୍ଦେଶ ଦେଇଛନ୍ତି । ଏନେଇ ଆଇନ୍ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

Launching Ceremony of “AYUSHMAN BHARAT
Leave A Reply

Your email address will not be published.