ଦିଲ୍ଲୀ: ନଭେମ୍ବର ୨୨: ବାଲାକୋଟ ଏୟାର୍ଷ୍ଟ୍ରାଇକ୍ରେ ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ସମ୍ପୂର୍ଣ୍ଣ କରି ନଷ୍ଟ କରିଥିବା ୱିଙ୍ଗ କମାଣ୍ଡର ଅଭିନନ୍ଦନ ଆଜି ‘ବୀରଚକ୍ର’ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି । ଲଢ଼ୁଆ ବିମାନ ଏଫ୍-୧୬କୁ ଆକାଶ ମାର୍ଗରୁ ଗୁଳିକରି ନଷ୍ଟ କରିଥିବା ଏକମାତ ମିଗ୍-୨୧ ପାଇଲଟ ହେଉଛନ୍ତି ଅଭିନନ୍ଦନ ।
ବିମାନକୁ ନଷ୍ଟ କରିବା ସମୟରେ ପାକିସ୍ତାନ ସୈନିକ ତାଙ୍କୁ ଧରି ନେଇଥିଲେ । ସେତେବେଳେ ସେ ୱିଙ୍ଗ କମାଣ୍ଡର ଥିଲେ । ପାକିସ୍ତାନ ସୈନ୍ୟ ତାଙ୍କୁ ଠାରୁ ବହୁ ଗୁପ୍ତ ତଥ୍ୟ ଆଦାୟ କରିବାକୁ ଚେଷ୍ଟା କରିଥିଲେ, ହେଲେ ସଫଳ ହୋଇପାରି ନଥିଲେ । ପରେ ତାଙ୍କୁ ଛାଡ଼ି ଦେଇଥିଲେ । ୨୦୧୯ ଫେବ୍ରୁଆରୀ ୨୭ ତାରିଖରେ ପାକିସ୍ତାନ ବାୟୁସେନା ଆକ୍ରମଣକୁ ବିଫଳ କରିବାରେ ଭୂମିକା ନେଇଥିବା ଅଭିନନ୍ଦନଙ୍କୁ ‘ୟୁନିଟ୍ ୫୧ ସ୍କ୍ୱାଡ୍ରନ୍’କୁ ‘ୟୁନିଟ୍ ସାଇଟେସନ୍’ ପ୍ରଶସ୍ତି ପତ୍ର ମିଳିଥିଲା ।
Comments are closed.