ପିପିଲି-ନିମାପଡ଼ା-କୋଣାର୍କକୁ ସଂଯୋଗ କରିବ ଗ୍ରୀନ ଫିଲଡ଼ କରିଡର

0

ଭୁବନେଶ୍ୱର: ରାଜ୍ୟ ସରକାର ବର୍ତ୍ତମାନ ସାରା ରାଜ୍ୟର ରୋଡ଼ ନେଟୱାର୍କର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି କ୍ରମରେ ଭୁବନେଶ୍ୱର-ପୁରୀ-କୋଣାର୍କକୁ ଏକ ସୁଦୃଢ ରୋଡ଼ କରିଡରରେ ଯୋଡିବା ନେଇ ଥିବା ପ୍ରସ୍ତାବକୁ ତ୍ୱରିତ ବେଗରେ ଆଗେଇ ନିଆଯାଉଛି । ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଓ ପୂର୍ତ୍ତ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ ଗୁରୁତ୍ୱ ଦେଇଛନ୍ତି । ପୁରୁଣା ପିପିଲି-କୋଣାର୍କ ରାସ୍ତାକୁ ୭ ମିଟରରୁ ୧୦ ମିଟର ପର୍ଯ୍ୟନ୍ତ ଅଧିକ ପ୍ରଶସ୍ତ କରାଯିବ । ଏହା ସହ ନୂତନ ଭାବେ ପିପିଲି-କୋଣାର୍କକୁ ନୂଆ ଗ୍ରୀନ ଫିଲଡ଼ କରିଡର ସହ ସଂଯୋଗ କରିବା ନେଇ ଆଲୋଚନା ହୋଇଛି । ପିପିଲି-କୋଣାର୍କକୁ ସଂଯୋଗ କରିବାକୁ ଥିବା ନୂଆ ଗ୍ରୀନ ଫିଲଡ଼ କରିଡର ବହୁ ଗୁରୁତ୍ୱ ବହନ କରୁଛି । ଯାହାର ଲମ୍ବ ରହିବ ୪୦ କିଲୋମିଟର । ୨୦୦ ଫୁଟ ଚଉଡା ଓ ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହେଲେ ଯାନବାହନ ଗୁଡ଼ିକ ୧୦୦ କିମି ବେଗରେ ଗତି କରି ପାରିବ । ଫଳରେ ପିପିଲିରୁ କୋଣାର୍କ ଯିବାକୁ ସମୟ ଅବଧି ଦେଢ଼ ଘଣ୍ଟାରୁ ୩୦ ମିନିଟକୁ ହ୍ରାସ ପାଇବ । ଏହି ରାସ୍ତାର ନକ୍ସା ପ୍ରସ୍ତୁତ ସହ ଜମି ଅଧିଗ୍ରହଣ ଓ ଅନ୍ୟାନ ବିଷୟ ଉପରେ ଧ୍ୟାନ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ଏଥିସହିତ ପୁରୀ ସହର ଭିତରେ ଥିବା ବିଭିନ୍ନ ରାସ୍ତା ପ୍ରଶସ୍ତି କରଣ, ନିମାପଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚାରିଛକ-ଅସ୍ତରଙ୍ଗ ରାସ୍ତା ଏବଂ ଜଲାରପୁରରୁ ଚାରିଛକ ପର୍ଯ୍ୟନ୍ତ ୪ ଲେନ ରାସ୍ତା ନିର୍ମାଣ ନେଇ ଆଲୋଚନା ହୋଇଛି ।

Govt
Leave A Reply

Your email address will not be published.