ଦୁର୍ନୀତି ନିବାରଣପାଇଁ ସରକାର ପ୍ରତିଶୃତିବଦ୍ଧ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଉଦଘାଟନ ହେଲା ଦୁର୍ନୀତି ନିବାରଣ ସପ୍ତାହ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଦୁର୍ନୀତିକୁ ନେଇ ଶୂନ୍ୟ ସହନଶୀଳତା ନୀତି ଉପରେ ସରକାର ପ୍ରତିଶ୍ରୁତିବଦ୍ଧ । ଦୁର୍ନୀତିରେ ଲିପ୍ତ ଅଧିକାରୀଙ୍କୁ ଆଦୌ ଛଡ଼ା ଯିବ ନାହିଁ । ଦୁର୍ନୀତିଗ୍ରସ୍ତଙ୍କୁ କ୍ୟାନସର ଭଳି ଫୋପାଡ଼ି ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଗତ ୪ ମାସରେ ୬ ମୁଖ୍ୟଯନ୍ତ୍ରୀ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଛନ୍ତି । ବହୁ କ୍ଲାସ-୧ ଅଫିସର ଜେଲରେ ଅଛନ୍ତି । ଏବେ କେବଳ ଟ୍ରେଲର ଚାଲିଛି, ଆଗକୁ ପୂରା ପିକ୍ଚର ବାକି ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୪ ମାସରେ ୮୮ ଦୁର୍ନୀତି ମାମଲା ରୁଜୁ କରିଛି ଭିଜିଲାନ୍ସ। ୧୨୨ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ସେଥିରୁ ୨୪ ଜଣ କ୍ଲାସ ୱାନ୍ ଏବଂ ୧୨ ଜଣ କ୍ଲାସ ଟୁ ଅଧିକାରୀ । ମୋଟ ଦୁର୍ନୀତି ମାମଲା ମଧ୍ୟରୁ ୨୬ଟି ଆୟ ବହିର୍ଭୂତ ମାମଲାରେ ୮୯ ଜଣଙ୍କ ବିରୋଧରେ କେସ୍ ହୋଇଛି । ଠାବ ହୋଇଛି ୭୭ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ।

ଭିଜିଲାନସ ଦୁର୍ନୀତି ମାମଲା ଠାବ କରିବା ସହ ଦୋଷୀଙ୍କ ବିରୋଧରେ ଦଣ୍ଡକୁ ମଧ୍ୟ ପ୍ରାଧାନ୍ୟ ଦେଉଛି। ଗତ ୪ ମାସରେ ୩୨ଟି ମାମଲାରେ ୪୦ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସେଥିରେ ୬ ଜଣ କ୍ଲାସ ୱାନ୍ ଏବଂ ୫ ଜଣ କ୍ଲାସ ଟୁ ଅଧିକାରୀ ଅଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ୫ ଟି କଥାବି ଉଠାଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.