ଭୁବନେଶ୍ୱର: ଅପ୍ରେଲ ୧୯: ଇପିଏଫଓ ତଫରୁ ଚାକିରିଆଙ୍କ ପାଇଁ ଖୁସି ଖବର । ଏ ନେଇ ଏକ ଖବର ସାମ୍ନାକୁ ଆସିଛି। ଇପିଏଫଓର ମାସିକ ବେତନ ସୀମାକୁ ବର୍ତ୍ତମାନ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରିବା ଲାଗି ପ୍ରସ୍ତାବ ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ, ଇପିଏଫଓର ଅଧିକାଂଶ ସଦସ୍ୟ ଏହାର ସପକ୍ଷରେ ଅଛନ୍ତି। ଶେଷଥର ପାଇଁ ୨୦୧୪ରେ ବେତନ ସୀମାରେ ସଂଶୋଧନ ହୋଇଥିଲା। ପୁଣିଥରେ ବେତନ ସୀମା ବୃଦ୍ଧି ହେଲେ ୭୫ ଲକ୍ଷରୁ ଅଧିକ କର୍ମଚାରୀ ଏହାଦ୍ୱାରା ଉପକୃତ ହୋଇପାରିବେ। କାରଣ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ହିଁ ଏହା ଉପରେ ବୋର୍ଡ ଆଗକୁ ନିଷ୍ପତ୍ତି ନେବ। କର୍ମଚାରୀ ପେନ୍ସନ୍ ଯୋଜନାରେ ସରକାର ପ୍ରତି ବର୍ଷ ୬,୭୫୦ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଯଦି ବେତନ ସୀମା ବୃଦ୍ଧି କରାଯାଏ, ତେବେ ଏହା ସରକାରଙ୍କ ଉପରେ ଏକ ଚାପ ସୃଷ୍ଟି କରିପାରେ । ସୂଚନାଥାଉ କି, ୧୫ ହଜାର ଟଙ୍କାରୁ କମ୍ ବେତନ ପାଉଥିବା ଚାକିରିଆଙ୍କ ପାଇଁ ଇପିଏଫ ସ୍କିମ୍ ଜରୁରୀ। ଏଥିରେ ଆପଣଙ୍କ ବେସିକ୍ ସାଲାରିର ୧.୬% ସରକାର କଣ୍ଟ୍ରିବ୍ୟୁସନ ଭାବେ ଦେଇଥାନ୍ତି। କିନ୍ତୁ ଏବେ ଯଦି ମାସିକ ବେତନ ସୀମାକୁ ୧୫,୦୦୦ ଟଙ୍କାରୁ ବୃଦ୍ଧି କରି ୨୧,୦୦୦ ଟଙ୍କା କରାଯାଏ ତେବେ କମ୍ ବେତନଧାରୀଙ୍କ ପାଇଁ ଏହା ବହୁତ ଭଲ ହେବ ।

Comments are closed.