ପୁଣି ବଢ଼ିଲା ସୁନା ଦର

ନୂଆଦିଲ୍ଲୀ : ସର୍ବଭାରତୀୟ ସ୍ତରରେ ପୁଣି ବଢିଛି ସୁନା ଦର । ଆଜି ଜୁଲାଇ ୫ରେ ପୁଣି ସୁନା ଦର ବୃଦ୍ଧି ପାଇଛି । ୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୮,୮୩୦ ଟଙ୍କା ରହିଛି । ଗତକାଲି ୯୮,୭୩୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି । ୨୨ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୯୦,୬୦୦ ଟଙ୍କା ରହିଛି । ଗତକାଲି ୯୦,୫୦୦ ଟଙ୍କା ଥିଲା । ଏଥିରେ ୧୦୦ ଟଙ୍କା ବୃଦ୍ଧି ହୋଇଛି । ୧୮ କ୍ୟାରେଟ୍‌ ସୁନା ଦର ୧୦ ଗ୍ରାମ୍‌କୁ ୭୪,୧୩୦ ଟଙ୍କା ରହିଛି । ଗତକାଲି ୭୪,୦୫୦ ଟଙ୍କା ଥିଲା । ଏଥିରେ ୮୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୮, ୮୩୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୯୦ ହଜାର ୬୦୦ ଟଙ୍କାକୁ ପହଞ୍ଚିଛି । ଅନ୍ୟପଟେ ରୂପା ଦର ଅପରିବର୍ତ୍ତିତ ରହି କିଲୋ ପିଛା ୧, ୨୦ , ୦୦୦ ଟଙ୍କା ହୋଇଛି I

Comments are closed.