ବାତ୍ୟା ଅସାନୀ ପ୍ରଭାବରେ ସମୁଦ୍ର ଭିତରୁ ଭାସି ଆସିଲା ସୁନାର ରଥ, କେଉଁଠୁ ଆସିଲା ଚାଲିଛି ତଦନ୍ତ

ଶ୍ରିକାକୁଲମ: ମେ ୧୧: ବାତ୍ୟା ଅସାନୀ ପ୍ରଭାବରେ ବଙ୍ଗୋପସାଗର ଅଶାନ୍ତ ହୋଇଉଠିଛି । ଅଶାନ୍ତ ସମୁଦ୍ର କାରଣରୁ କୂଳରେ ବଡ଼ ବଡ଼ ଆକାର ଲହରି ଦେଖିବାକୁ ମିଳିଛି । ତେବେ ଆଜି ସକାଳ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରିକାକୁଲମ ଜିଲ୍ଲାର ସନ୍ଥବମାଲି କୂଳ ଏକ ସୁନା ରଥ ସଦୃଶ୍ୟ ଡ଼ଙ୍ଗା ଦେଖିବାକୁ ମିଳିଛି । ସମୁଦ୍ର ଭିତରୁ ଭାସି ଆସିଥିବା ସେହି ରଥଟି କେଉଁଠୁ ଆସିଲା, ତାହାର ଖବର ମିଳିପାରିନି । ତେବେ ସେହି ରଥରେ ଥାଇଲାଣ୍ଡ କିମ୍ବା ମାଲେସିଆ ଭାଷାରେ କିଛି ଲେଖା ହୋଇଥିବା ସହ ଭଗବାନ ବୁଦ୍ଧଙ୍କ କଳାକୃତି ଦେଖିବାକୁ ମିଳିଛି । ସୁନାର ରଥ ମିଳିବା ଖବର ପ୍ରଚାର ହେବା ପରେ, ତାହାକୁ ଦେଖିବାକୁ ସମୁଦ୍ର କୂଳରେ ବହୁ ଲୋକଙ୍କ ଭିଡ଼ ଜମିଛି ।

ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପକ୍ଷରୁ ସେହି ରଥଟିକୁ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ସୁନା ପରି ଦେଖାଯାଉଥିବା ସେହି ରଥଟି ବାସ୍ତବରେ ସୁନାରେ ତିଆରି ନା ଅନ୍ୟ କୌଣସି ଧାତୁରେ ତିଆରି ତାହାର ମଧ୍ୟ ତଦନ୍ତ ଚାଲିଛି ।

ବାତ୍ୟା ଅସାନୀ ପ୍ରଭାବରେ ସମୁଦ୍ର ଭିତରୁ ଭାସି ଆସିଲା ସୁନାର ରଥ, କେଉଁଠୁ ଆସିଲା ଚାଲିଛି ତଦନ୍ତ

ସୂଚନା ଥାଉଯେ, ସମୁଦ୍ରିକ ବାତ୍ୟା ଆସାନୀ ପାଇଁ ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍‌ ଆଲର୍ଟ ଜାରି କରାଯାଇଛି । ଆଜି ସକାଳୁ କାକିନାଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ଲାଗି ରହିଛି । ବାତ୍ୟା ବିପର୍ଯ୍ୟୟ ମୁକାବିଲା ନିମନ୍ତେ ସ୍ଥାନୀୟ ସରକାରୀ କର୍ତ୍ତୃପକ୍ଷମାନେ ପ୍ରସ୍ତୁତି ଚଳାଇଛନ୍ତି ।

Launching Ceremony of “AYUSHMAN BHARAT

Comments are closed.