ଗୋଲାପର ଦୁଃଖ

ଡ଼. ଦେବୀଲାଲ ମିଶ୍ର

ଦୁଇଟି ହୃଦୟର ଅବ୍ୟକ୍ତ ଉଷ୍ମତାରେ
ଜଳିଯାଏ ଗୋଲାପର ବାସ
ପ୍ରତିଶ୍ରୁତିର ପାହାଡ଼ ଭିତରୁ ଶୁଭେ
ଅନ୍ଧକାରର ଅସ୍ପଷ୍ଟ ଯନ୍ତ୍ରଣା;
ଗୋଲାପର ପାଖୁଡ଼ାମାନେ
ପାଲଟିଥା’ନ୍ତି ଅସହାୟ
ହରାଇ ବସନ୍ତି ସମସ୍ତ ଆକର୍ଷଣ
ସମୟର ସିକ୍ତ ସ୍ମୃତିର ଛାୟାରେ;
ତଥାପି ମନରେ ଅସରନ୍ତି ଆଶା ଉଙ୍କି ମାରେ
ବଞ୍ଚିବାକୁ ପୁଣିଥରେ ଇଚ୍ଛା ହୁଏ,
ପୁଣି ଥରେ ଗୋଲାପକୁ ଦେଖିଦେଲେ
ସ୍ୱପ୍ନର ସତେଜ କଢ଼ି ଜନ୍ମ ନିଏ,
କିନ୍ତୁ ଗୋଲାପ ସେମିତି କାନ୍ଦୁଥାଏ
ଆଉ ଏକ ବିଭୀଷିକାର ଭୟରେ
ତା’ର ପାଖୁଡ଼ାମାନେ ସେମିତି
ଅସହାୟ ଭାବେ
ଚାହିଁ ବସିଥା’ନ୍ତି
ପୁଣି ଏକ ଅଜଣା ଆକର୍ଷକ ସ୍ପର୍ଶର
ଭୟକୁ…
Launching Ceremony of “AYUSHMAN BHARAT

Comments are closed.