‘ଗୋଦରେଜ୍‌’ କମ୍ପାନୀ ଉନ୍ମୋଚିତ କଲା ଇନ୍‌ସୁଲିକୁଲ୍‌ ଷ୍ଟୋରେଜ୍‌

ମୁମ୍ବାଇ : ‘ଗୋଦରେଜ୍‌ ଗ୍ରୁପ୍‌’ ର ପ୍ରମୁଖ କମ୍ପାନୀ ‘ଗୋଦ୍‌ରେଜ୍‌ ଆଣ୍ଡ୍‌ ବଏସ୍‌’ର ଅଂଶ ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌ ପକ୍ଷରୁ ଉନ୍ନତ ଇନସୁଲିନ କୁଲିଂ ସମାଧାନ ‘ଗୋଦରେଜ୍‌ ଇନ୍‌ସୁଲିକୁଲ୍‌’ ଓ ‘ଗୋଦରେଜ୍‌ ଇନସୁଲିକୁଲ’କୁ ଉନ୍ମୋଚନ କରାଯାଇଛି । ଡାଇବେଟିସ୍‌ ରୋଗୀଙ୍କ ଇନସୁଲିନ୍‌କୁ ଆବଶ୍ୟକ ତାପମାତ୍ରାରେ ରଖିବା ଲାଗି ଏହାକୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି ।

‘ଗୋଦରେଜ୍‌’ କମ୍ପାନୀ ଉନ୍ମୋଚିତ କଲା ଇନ୍‌ସୁଲିକୁଲ୍‌ ଷ୍ଟୋରେଜ୍‌

ଗୋଦରେଜ୍‌ ଇନ୍‌ସୁଲିକୁଲ୍‌ ଉପିାଦ ବର୍ଗମାଳାରେ ରହିଛି ଉନ୍ନତ ସଲିଡ୍‌ ଷ୍ଟେଟ୍‌ ଥର୍ମୋଇଲେକଫ୍ରିକ୍‌ ଶୀତଳତା ପ୍ରଯୁକ୍ତି ଓ ଏହାକୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ୪୩ ଡିଗ୍ରି ଭଳି ତାପମାତ୍ରାରେ ମଧ୍ୟ କାମ କରିବ ଯେଉଁଠାରେ ଏହାର ଭିତର ତାପମାତ୍ରାରେ ୨-୮ ଡିଗ୍ରି ମଧ୍ୟରେ ସର୍ବଦା ରହିବ । ଏହା ଉପରେ ଥିବା ଡିସ୍‌ପ୍ଲେରେ ଇନ୍‌ସୁଲିନ୍‌ କେଉଁ ତାପମାତ୍ରାରେ ସଂରକ୍ଷିତ ରହିଛି ତାହା ପ୍ରଦର୍ଶିତ ହେବ ।

ଏ ସମ୍ପର୍କରେ ଗୋଦରେଜ୍‌ ଆଣ୍ଡ୍‌ ବଏସ୍‌ର କାର୍ଯ୍ୟନିର୍ବାହୀ ନିର୍ଦେଶକ ନାଇରିକା ହୋଲକର୍‌ କହିଛନ୍ତି ଯେ, ‘ଆଜିର ଦିନରେ ସ୍ୱାସ୍ଥ୍ୟ ଭିତ୍ତିିଭୂମି ହେଉଛି ଏକ ଦେଶର ଅଭିବୃଦ୍ଧିର ପ୍ରମୁଖ ସ୍ତମ୍ଭ ମଧ୍ୟରୁ ଅନ୍ୟତମ ଓ ଆମର ଦୃଢ଼ ବିଶ୍ୱାସ ରହିଛି ଯେ ଘରୋଇ ସରକାରୀ ସହଭାଗିତା ସହିତ ଅଭିନବ ସୁବିଧା ବର୍ତମାନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ସାମ୍ନା କରୁଥିବା ବହୁ ଆହ୍ୱାନର ମୁକାବିଲାରେ ସହାୟକ ହେବ । ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌ର କାର୍ଯ୍ୟନିର୍ବାହୀ ଉପସଭାପତି ଓ ବ୍ୟବସାୟ ମୁଖ୍ୟ କମଳ ନନ୍ଦୀ କହିଛନ୍ତି ଯେ, ‘ଗ୍ରାହକମାନେ ସାମ୍ନା କରୁଥିବା ସ୍ୱତନ୍ତ୍ର ସମସ୍ୟାର ମୁକାବିଲା ଲାଗି ଆମେ ନିରନ୍ତର କାମ କରୁଛୁ ।

Launching Ceremony of “AYUSHMAN BHARAT

Comments are closed.